ସୁଶାନ୍ତଙ୍କ ମୃତ୍ୟୁ ସତରେ ଆତ୍ମହତ୍ୟା ତ? ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି ପୋଷ୍ଟ

ସୁଶାନ୍ତଙ୍କ ମୃତ୍ୟୁରେ ଫିଲ୍ମ ଜଗତ ଓ ପ୍ରଶଂସକ ଚକିତ ହୋଇଯାଇଥିବା ବେଳେ ତାଙ୍କ ମୃତ୍ୟୁକୁ ପ୍ରଶଂସକମାନେ ଗ୍ରହଣ କରିପାରୁନାହାନ୍ତି। ମୃତ୍ୟୁ ଦିନରୁ ସୁଶାନ୍ତ ହିଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସୋସିଆଲ ମିଡିଆରେ ଘୂରି ବୁଲିଥିବା ଏକ ପୋଷ୍ଟ ତାଙ୍କ ମୃତ୍ୟୁକୁ ବେଶି ସନ୍ଦେହ ଘେରକୁ ଟାଣି ଆଣିଛି।

ଆଣ୍ଡ୍ରିଲା ବାସୁ ରାୟ ପୋଷ୍ଟରେ ଥିବା ପ୍ରଶ୍ନଗୁଡ଼ିକୁ ଉପସ୍ଥାପନ କରି କହିଛନ୍ତି, ସୁଶାନ୍ତଙ୍କ ଆତ୍ମହତ୍ୟା ପୂର୍ବରୁ ସେ ରହୁଥିବା କମ୍ପ୍ଲେକ୍ସରେ ମହଜୁଦ ସିସିଟିଭି ବନ୍ଦ କରିଦିଆଯାଇଥିଲା। ସୁଶାନ୍ତଙ୍କ କିଛି ବନ୍ଧୁ ସେଇ ରାତିରେ ମୃତ୍ୟୁ ପୂର୍ବରୁ ତାଙ୍କ ଫ୍ଲାଟକୁ ଆସିଥିଲେ। ପାଖ ପଡ଼ୋଶୀଙ୍କଠୁ ମିଳିଥିବା ସୂଚନା ଅନୁଯାୟୀ, ସେଇ ରାତିରେ ତାଙ୍କ ଘରୁ ସଂଗୀତର ଶବ୍ଦ ଶୁଣାଯାଉଥିଲା। ଯାହା କି ଅବସାଦଗ୍ରସ୍ତ ହେବାର ଲକ୍ଷଣ ନୁହେଁ। ସୁଶାନ୍ତଙ୍କ ମୃତ୍ୟୁର ୨ଘଣ୍ଟା ପୂର୍ବରୁ ବାହାରକୁ ଯାଇଥିଲେ। ସେ ମୃତ୍ୟୁ ଦିନ ଯେଉଁମାନଙ୍କ ସହ କଥା ହୋଇଥିଲେ, ସେଦିନ ସୁଶାନ୍ତ ବହୁତ ଖୁସି ମୁଡ୍‌ରେ ଥିବା କହିଛନ୍ତି।

ଫୋରେନସିକ ରିପୋର୍ଟ ମୁତାବକ, ସୁଶାନ୍ତ ବ୍ୟବହାର କରୁଥିବା ବେଡସିଟ୍‌ରୁ ପୁଲିସ କେବଳ ବାମହାତ ଅଙ୍ଗୁଳି ଚିହ୍ନ ବ୍ୟତୀତ ଆଉ କୌଣସି ଚିହ୍ନ ପାଇନାହିଁ। ମାତ୍ର ସୁଶାନ୍ତ ବାମହାତୀ ନଥିଲେ। ତେଣୁ କେବଳ ବାମ ହାତ ବ୍ୟବହାର କରି ସୁଶାନ୍ତ ଆତ୍ମହତ୍ୟା କରିପାରିବେ ନାହିଁ ବୋଲି ପୋଷ୍ଟରେ କୁହାଯାଇଛି। ଆତ୍ମହତ୍ୟା କଲେ ଅଧିକାଂଶଙ୍କ କ୍ଷେତ୍ରରେ ଆଖି ବଡ଼ ହୋଇଯାଏ ଓ ଜିଭ ବାହାରକୁ ବାହାରି ଆସେ। ହେଲେ ସୁଶାନ୍ତଙ୍କ କ୍ଷେତ୍ରରେ ଏମିତି ହୋଇନଥିଲା। ଏମିତିକି ତାଙ୍କ ଦ୍ବାରର ଡୁପ୍ଲିକେଟ ଚାବିଟି କୁଆଡ଼େ ଅଦୃଶ୍ୟ ହୋଇଯାଇଛି। ମୁମ୍ବାଇ ପୁଲିସ୍‌ ଘଟଣାର ତଦନ୍ତ କରୁଥିବା ବ‌େଳେ ଆଣ୍ଡ୍ରିଲା ପ୍ରଶ୍ନ କରିଛନ୍ତି ଏହା ସତରେ ଏକ ଆତ୍ମହତ୍ୟା ତ?

ସମ୍ବନ୍ଧିତ ଖବର