ଡ୍ରଗ୍‌ସ୍‌ ମାଧ୍ୟମରେ ହୋଇଛି ସୁଶାନ୍ତଙ୍କ ହତ୍ୟା! ରିଆଙ୍କ ବିରୋଧରେ ମାମଲା ରୁଜୁ କଲା ଏନ୍‌ସିବି

ମୁମ୍ବାଇ:  ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଅଧିକ ରହସ୍ୟମୟ ହେବାରେ ଲାଗିଛି। ୬ ଦିନ ହେଲା ସିବିଆଇ ଏହାର ତଦନ୍ତରେ ଲାଗିଥିବା ବେଳେ ଘଟଣାରେ ପ୍ରତିଦିନ ସିବିଆଇକୁ ନୂଆନୂଆ ତଥ୍ୟ ମିଳୁଛି। ଏବେ ସୁଶାନ୍ତଙ୍କୁ ଡ୍ରଗ୍ସ ମାଧ୍ୟମରେ ହତ୍ୟା କରାଯାଇଥିବା କଥା ସାମ୍ନାକୁ ଆସୁଛି। ଯଦିଓ ଏନେଇ କୌଣସି ସୁରାକ ଏ ପର୍ଯ୍ୟନ୍ତ ସିବିଆଇକୁ ମିଳିନାହିଁ, ତଥାପି ଏ ଦିଗରେ ବି ସିବିଆଇ ତଦନ୍ତ କରିବ ବୋଲି ସୂଚନା ମିଳିଛି। ସୂଚନା ମୁତାବକ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ରିଆ ଚକ୍ରବର୍ତ୍ତୀଙ୍କ କିଛି ଡିଲିଟେଡ୍‌ ଚାର୍ଟର ପୁନରୁଦ୍ଧାର କରିଛି। ଏଥିରେ ‌ରିଆ ଡ୍ରଗ୍ସ୍‌ ଡିଲର୍‌ ଗୌରବ ଆର୍ଯ୍ୟାଙ୍କ ସହ ଡ୍ରଗ୍‌ସ୍‌ ନେଣଦେଣ ସମ୍ବନ୍ଧୀୟ ବାର୍ତ୍ତାଳାପ କରିଥିବା ଜଣାପଡ଼ିଛି। ଏହା ମଧ୍ୟ ସୂଚନା ମିଳିଛି ଯେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହାର ସବିଶେଷ ବିବରଣୀ ସିବିଆଇ ଓ ମାଦକଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ(ଏନ୍‌ସିବି)କୁ ପ୍ରଦାନ କରିଛି। ଏବେ ସିବିଆଇ ରିଆଙ୍କ ଫୋନ୍‌ର ସମସ୍ତ ତଥ୍ୟର ଯାଞ୍ଚ କରିବ। ଏଭଳି ଏକ ସମ୍ବେଦନଶୀଳ ଖୁଲାସା ପରେ ସିବିଆଇ ପୁଣି ଥରେ ସୁଶାନ୍ତଙ୍କ ଫ୍ଲାଟ୍‌ମେଟ୍‌ ସିଦ୍ଧାର୍ଥ ପିଠାନି, ରୋଷେୟା ନୀରଜ, ମ୍ୟାନେଜର ସାମୁଏଲ୍‌ ମିରାନ୍ଦା ଓ ଅନ୍ୟଜଣେ ଘରୋଇ ସହାୟକ ଦୀପେଶ ସାୱନ୍ତ ପ୍ରମୁଖଙ୍କୁ ପଚାରାଉଚରା କରିବ।

ଅନ୍ୟପଟେ ସୁଶାନ୍ତଙ୍କ ବାପା କେକେ ସିଂହଙ୍କ ଓକିଲ ବିକାଶ ସିଂହ, ସୁଶାନ୍ତଙ୍କ ଅଜାଣତରେ ତାଙ୍କୁ ଡ୍ରଗ୍‌ସ୍‌ ଦିଆଯାଉଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ସୁଶାନ୍ତଙ୍କୁ ନିଜ ଅଧୀନରେ ରଖିବା ତଥା ତାଙ୍କୁ ନିୟନ୍ତ୍ରଣ କରିବା ପାଇଁ ରିଆ ହୁଏତ ତାଙ୍କୁ ଡ୍ରଗ୍ସ୍‌ ଦେଇଥାଇପାରନ୍ତି। ସୁଶାନ୍ତଙ୍କ ଘରୋଇ ସହାୟକମାନେ ବି ଏ କଥା କହିଛନ୍ତି ଯେ, ରିଆ ଓ ତାଙ୍କ ସାଙ୍ଗମାନେ ଉପର ମହଲାରେ ପାର୍ଟି କରୁଥିବା ସମୟରେ ସୁଶାନ୍ତ ତଳ ମହଲାରେ ସବୁବେଳେ ଶୋଇ ରହୁଥିଲେ। ହୋଇପାରେ ତାଙ୍କୁ ଡ୍ରଗ୍‌ସ୍‌ ଦେଇ ନିଶାଶକ୍ତ କରି ରଖାଯାଉଥିଲା। ଶେଷରେ ଏହି ଡ୍ରଗ୍‌ସ୍‌ ହିଁ ତାଙ୍କ ମୃତ୍ୟୁର କାରଣ ହେଲା। ଅନ୍ୟପଟେ ରିଆ ଜୀବନରେ କେବେ ବି ଡ୍ରଗ୍‌ସ୍‌ ନେଇନାହାନ୍ତି ବୋଲି ତାଙ୍କ ଓକିଲ ସତୀଶ ମାନସିନ୍ଧେ କହିଛନ୍ତି। ଏନେଇ ଯଦି କାହାର ସନ୍ଦେହ ରହିଛି ତେବେ ରିଆ ଯେକୌଣସି ରକ୍ତ ପରୀକ୍ଷା ପାଇଁ ପ୍ରସ୍ତୁତ ବୋଲି ସେ କହିଛନ୍ତି।

The Economic Times

ରିଆଙ୍କ ବିରୋଧରେ ମାମଲା ରୁଜୁ କଲା ଏନ୍‌ସିବି
ରିଆଙ୍କ ଡ୍ରଗ୍‌ସ୍‌ ଚାର୍ଟ ସାମନାକୁ ଆସିବା ପ‌ରେ ଏବେ ପୂରା ଦେଶରେ ହଇ‌ଚଇ ଖେଳିଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିଆଙ୍କ ଡିଲିଟେଡ୍‌ ହ୍ବାଟ୍‌ସ୍‌ଆପ୍‌ ଚାର୍ଟର ପୁନରୁଦ୍ଧାର ପରେ ସୁଶାନ୍ତଙ୍କ ମୃତ୍ୟୁର ଆଉ ଏକ ଦିଗ ସାମ୍‌ନାକୁ ଆସିଛି। ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ରିଆ ନିୟମିତ ଭାବେ ସୁଶାନ୍ତଙ୍କୁ କାନାବିଡିଅଲ୍‌ ଅଏଲ୍‌ ଦେଉଥିଲେ। ଏଣୁ ରିଆଙ୍କ ବିରୋଧରେ ଖୁବ୍‌ ଶୀଘ୍ର ମାମଲା ରୁଜୁ କରିବାକୁ ଯାଉଛି ମାଦକଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ(ଏନ୍‌ସିବି)। ଏନ୍‌ସିବି ଏହି ଚାଟ୍‌ର ସତ୍ୟତା ଯାଞ୍ଚ କରୁଥିବା ବେଳେ ରିଆଙ୍କ ସହଯୋଗୀ ଡ୍ରଗ୍‌ ଡିଲର୍‌ ଗୌରବ ଆର୍ଯ୍ୟାଙ୍କୁ ବାରମ୍ବାର ଗୋଆରେ ଦେଖିବାକୁ ମିଳିଛି। ଏସବୁ କାରଣରୁ ଡ୍ରଗ୍‌ସ୍‌ ଲିଙ୍କ୍‌ ନେଇ ରିଆଙ୍କ ବିରୋଧରେ ଏନ୍‌ସିବି ଆଉ ଏକ ମାମଲା ରୁଜୁ କରିଛି ବୋଲି ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର