ସୁସ୍ମିତା ସେନ୍‌ଙ୍କୁ ବିବାହ କରିବା ନେଇ ଏପରି କହିଲେ ପ୍ରେମିକ ରହମାନ୍‌ ସଲ୍

ନୂଆଦିଲ୍ଲୀ: ଦୀର୍ଘ ଦିନ ହେବ ସଂପର୍କରେ ଥିବା ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍ ଓ ତାଙ୍କ ପ୍ରେମିକ ରହମାନ୍‌ ସଲ୍‌ ବିବାହ ବନ୍ଧନରେ କେବେ ଆବଦ୍ଧ ହେବେ ସେ ନେଇ ସମସ୍ତଙ୍କ ଭିତରେ ଉତ୍ସୁକତା ରହିଛି। ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ଅନେକ ସମୟରେ ତାଙ୍କ ପ୍ରେମିକ ରହମାନଙ୍କ ସହ ନଜର ଆସିଛନ୍ତି। ସୋସିଆଲ୍‌ ମିିଡିଆରେ ଏକ ଗୁଜବ ଭାଇରାଲ୍‌ ହେବାରେ ଲାଗିଛି ଯେ ଖୁବ୍‌ ଶୀଘ୍ର ସେ ବିବାହ କରିବାକୁ ଯାଉଛନ୍ତି।

ନିକଟରେ ସୁସ୍ମିତାଙ୍କ ପୁରୁଷ ବନ୍ଧୁ ରହମାନ ଏକ ସାକ୍ଷାତ୍‌କାର ଦେଇ କହିଛନ୍ତି କି ‘ମୋର ପ୍ରକୃତ ଘର କଶ୍ମୀର ହୋଇଥିଲେ ବି ମୁଁ ନୈନିତାଲ୍‌ରେ ବଢ଼ିଛି। ମୋ ସ୍କୁଲ୍‌ ଜୀବନ ସେଠାରେ କଟିଛି। ତା’ପରେ ଇଞ୍ଜିନିୟରିଂ କଲି ଡେରାଡୁନ୍‌ରେ। ତାପରେ ମୁଁ ଜଣେ ବନ୍ଧୁଙ୍କ ଦ୍ବାରା ମଡେଲିଂରେ ପ୍ରବେଶ କଲି। ତା’ର ପାଞ୍ଚ-ଛଅ ବର୍ଷ ତ‌ଳେ ମୁଁ ମୁମ୍ବାଇ ଆସିଲି। ତାହାର ଦୁଇ ବର୍ଷ ପରେ ମୁଁ ସୁସ୍ମିତାଙ୍କୁ ଭେଟିଲି। ତା’ପ‌ରେ ମୋ ଜୀବନର ସବୁକିଛି ବଦଳିଗଲା।’

ସେ ଆହୁରି ବି କହିଛନ୍ତି ଯେ ‘ସୁସ୍ମିତାଙ୍କ ସହ ମୁଁ ଏକ ପରିବାର ପରି ଅଛି। ତାଙ୍କ ଝିଅମାନଙ୍କ ସମ୍ମୁଖରେ ମୁଁ ଠିକ୍‌ ଜଣେ ବାପା ପରି। କେବେ କେ‌ବେ ମୁଁ ତାଙ୍କ ସହ ବନ୍ଧୁ ପରି ହୋଇଯାଏ। ଆମେ ଏକ ସାଧାରଣ ପରିବାର ପରି ଜିଉ ଓ ମୁଁ ତାହାକୁ ଉପଭୋଗ କରେ। ମାତ୍ର ଆପଣ ବିବାହ କେବେ କରିବେ ବୋଲି ପ୍ରଶ୍ନ ପଚାରନ୍ତୁ ନାହିଁ। ଯେତେବେଳେ ସେପରି କିଛି ଘଟିବ ସମେସ୍ତ ତାହା ଜାଣିପାରିବେ।’

ସମ୍ବନ୍ଧିତ ଖବର