ପରିତ୍ୟକ୍ତ କମାଣ୍ଡରରେ ନିଆଁ; ସାହି ବାସିନ୍ଦା ଭୟଭୀତ 

ଜୟପୁର: ସ୍ଥାନୀୟ କେଲ୍ଲାନଗରରେ ଥିବା ପରିତ୍ୟକ୍ତ କମାଣ୍ଡରରେ କେହି ନିଆଁ ଲଗାଇ ଦେଇଥିଲେ। ହୁତ୍ ହୁତ୍ ହୋଇ ନିଆଁ ଜଳୁଥିବା ଦେଖି ସାହିବାସିନ୍ଦା ଭୟଭୀତ ହୋଇପଡ଼ିଥିଲେ। ଏ ନେଇ ଜୟପୁର ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ସାହି ବାସିନ୍ଦା ମାନେ ଲିଭାଇବା ଆରମ୍ଭ କରିଥିଲେ। ପରେ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଚିଂ ଏହାକୁ ଲିଭାଇଥିଲେ। ତେବେ ଏଭଳି ପରିତ୍ୟକ୍ତ କମାଣ୍ଡରକୁ କିଏ, କାହିଁକି ଏବଂ କେଉଁ ପରିସ୍ଥିତିରେ ନିଆଁ ଲଗାଇଥିଲେ ତାହାକୁ ନେଇ ଉକ୍ତ ଅଂଚଳରେ ଚର୍ଚ୍ଚା ଜୋର ଧରିଛି। ତେବେ କମାଣ୍ଡରରେ ପୁରା ନିଆଁ ଲାଗିଥିଲେ ବଡ଼ ଧରଣର ଅଘଟଣକୁ ଏଡାଇ ହୁଅନ୍ତା ନାହିଁ ବୋଲି କହିଛନ୍ତି ସାହି ବାସିନ୍ଦା।

ସମ୍ବନ୍ଧିତ ଖବର