ସୁଟିଂ ସେଟ୍‌ରେ ଆହତ ହେଲେ ଅଭିନେତ୍ରୀ ତାପ୍‌ସୀ ପନ୍ନୁ, ଫଟୋ ସେୟାର କରି ଜଣାଇଲେ ଦୁଃଖ

ମୁମ୍ବାଇ : ଅଭିନେତ୍ରୀ ତାପସୀ ପନ୍ନୁ ନିଜର ଆଗାମୀ ଫିଲ୍ମ ଗେମ୍‌ ଓଭରକୁ ନେଇ ବ୍ୟସ୍ତ ରହିଛନ୍ତି । ତେବେ ଏହି ଫିଲ୍ମ ପାଇଁ ସେ କେତେ କଷ୍ଟ କରୁଛନ୍ତି, ତାହାର ଏକ ଝଲକ ଏବେ ଦେଖିବାକୁ ମିଳିଛି । ଫିଲ୍ମର ସୁଟିଂ ସେଟ୍‌ରୁ ଏକ ଫଟୋ ସେୟାର କରିଛନ୍ତି ତାପ୍‌ସୀ । ଯେଉଁଥିରେ ତାଙ୍କ ଦୁଇ ଗୋଡ଼ ପ୍ଲାଷ୍ଟର ହୋଇଥିବା ବେଳେ ହାତ ନାଲି ପଡ଼ି ଯାଇଥିବା ଦେଖା ଯାଇଛି ।

ଏଭଳି ଫଟୋ ସେୟାର କରି କ୍ୟାପ୍‌ସନରେ, ହଁ ହଁ, ବରଫରେ ଛାଉଣି ହୋଇଥିବା ପାହାଡ଼ରେ ସିଫନ ଶାଢ଼ି ପିନ୍ଧି ୨୫ଦିନ ପର୍ଯ୍ୟନ୍ତ କାମ କରିବା ବହୁତ କଷ୍ଟ….ସେଥିପାଇଁ ମୁଁ ଏହାକୁ ବାଛିଛି ବୋଲି ଲେଖିଥିଲେ ତାପସୀ । ତେବେ ତାଙ୍କର ଏଭଳି ଫଟୋ ଆସିବା ପରେ ବଲିଉଡ୍‌ର ଅନେକ କଳାକାର ଏପରି ହେବାର କାରଣ ପଚାରିବା ସହ ଶୀଘ୍ର ଭଲ ହେବାର କାମନା କରିଥିବା ଦେଖା ଯାଇଛି । ତେବେ ସତରେ ତାପସୀଙ୍କୁ ଆଘାତ ଲାଗିଛି ନା ସେ ଫିଲ୍ମ ପାଇଁ ଏଭଳି ମେକ୍‌ଅପ୍‌ ନେଇଛନ୍ତି, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହିଁ ।

ସମ୍ବନ୍ଧିତ ଖବର