ଆଉ ଜଣେ ବଲିଉଡ୍‌ ବ୍ୟକ୍ତିତ୍ୱଙ୍କ ଆଡ଼େ ତନୁଶ୍ରୀଙ୍କ ଆଙ୍ଗୁଠି; କପଡ଼ା ଖୋଲି ନାଚିବା ପାଇଁ କହିଥିଲେ ଏହି ନିର୍ଦ୍ଦେଶକ

ମୁମ୍ବାଇ: ଗତ କିଛିଦିନ ହେବ ଗଣମାଧ୍ୟମରେ ଚର୍ଚ୍ଚାରେ ଅଛନ୍ତି ଭଲିଉଡ୍‌ ଅଭିନେତ୍ରୀ ତନୁଶ୍ରୀ ଦତ୍ତ। ନିକଟରେ ବଲିଉଡ୍‌ ବ୍ୟକ୍ତିତ୍ୱ ନାନା ପାଟେକର, ଗଣେଶ ଆଚାର୍ଯ୍ୟଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ଏବେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ତନୁଶ୍ରୀ। ୨୦୧୫ ମସିହାରେ ଚଳଚ୍ଚିତ୍ର ‘ଆସିକ ବନାୟା ଆପନେ’ରେ ଡେବ୍ୟୁ କରି ସେହି ବର୍ଷ ହିଁ ନିର୍ଦ୍ଦେଶକ ଅଗ୍ନିହୋତ୍ରୀଙ୍କ ଚଳଚ୍ଚିତ୍ର ‘ଚକୋଲେଟ’ରେ ଅଭିନୟ କରିଥିଲେ। ସେହି ଚଳଚ୍ଚିତ୍ରରେ ତାଙ୍କ ସହ-କଳାକାର ଭାବେ ନଜର ଆସିଥିଲେ ସୁନୀଲ ସେଟ୍ଟୀ ଓ ଇଫ୍ରାନ ଖାନ।

ସେହି ଚଳଚ୍ଚିତ୍ର ସଂପର୍କରେ ତନୁଶ୍ରୀ ଏକ ବିରାଟ ବଡ଼ କଥା ଖୁଲାସା କରିଛନ୍ତି। ସେ କହିଛନ୍ତି କି ଏକ ଦୃଶ୍ୟରେ ଇଫ୍ରାନଙ୍କୁ ମୋହିତ କରିବା ପାଇଁ ତନୁଶ୍ରୀଙ୍କୁ ତାଙ୍କ ସାମ୍ନାରେ ପୋଷାକ ଖୋଲି ନାଚିବା ପାଇଁ ନିର୍ଦ୍ଦେଶକ ଅଗ୍ନିହୋତ୍ରୀ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ସେ ସମୟରେ ସୁନୀଲ ସେଟ୍ଟୀ ଓ ଇଫ୍ରାନ ଦୁହେଁ ତନୁଶ୍ରୀଙ୍କ ସପକ୍ଷରେ ଆସି କପଡ଼ା ନ ଖୋଲିବା ପାଇଁ ପରାମର୍ଶ ଦେଇଥିଲେ। ଅଭିନୟ କରିବା ପାଇଁ କାହାରି କପଡ଼ା ଖୋଲିବା ଆବଶ୍ୟକ ନୁହେଁ ବୋଲି ଇଫ୍ରାନ କହିଥିଲେ ବୋଲି ତନୁଶ୍ରୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର