ଦୀପିକାଙ୍କ ଆଖିରେ ଲୁହ: ଦୀପିକାଙ୍କୁ ପ୍ରଶଂସାକଲେ କଙ୍ଗନା

ଶ୍ରେଷ୍ଠ ମୂଳ ଗୀତ ପାଇଁ ଓସ୍କାର ପୁରସ୍କାର ପାଇଥିବା ଆର୍‌ଆର୍‌ଆର୍‌ର ‘ନାଟୁ ନାଟୁ’ ୯୫ତମ ଏକାଡେମୀ ପୁରସ୍କାର ଉତ୍ସବରେ ଇତିହାସ ସୃଷ୍ଟି କରିଛି। ଏମ୍‌ଏମ୍‌ କିରାଭାନି ପୁରସ୍କାର ଗ୍ରହଣ କରିବାକୁ ମଞ୍ଚକୁ ଆସିବାବେଳେ ଦର୍ଶକ ଗ୍ୟାଲେରୀରେ ବସିଥିବା ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଆଖିରୁ ଲୁହ ଝରି ପଡ଼ିଥିଲା। ଟିମ୍‌ଠାରୁ ଦୂରରେ ବସି ଦୀପିକା ଫିଲ୍ମକୁ ସମର୍ଥନ ଜଣାଇବାକୁ ପଛଘୁଞ୍ଚା ଦେଇ ନଥିଲେ ଏବଂ ନିଜ ଆସନରେ ବସି ଖୁସିରେ ଆତ୍ମହରା ହୋଇ ଯାଇଥିଲେ। ଅଭିନେତ୍ରୀ ଭାବପ୍ରବଣ ହେବାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ଦୀପିକାଙ୍କୁ ପ୍ରଶଂସାକଲେ କଙ୍ଗନା
ଓସ୍କାର ୨୦୨୩ରେ ଭାରତକୁ ଗର୍ବିତ କରିଥିବା ଦୀପିକା ପାଦୁକୋନଙ୍କୁ କଙ୍ଗନା ରାଣାୱତ ପ୍ରଶଂସା କରିଛନ୍ତି। କଙ୍ଗନା ଟ୍ବିଟ୍‌ କରିଛନ୍ତି, ଦୀପିକା ପାଦୁକୋନ ପୁଣି ଥରେ ବିଶ୍ୱ ମାନଚିତ୍ରରେ ଭାରତକୁ ଗର୍ବିତ କଲେ। ଓସ୍କାର ୨୦୨୩ରେ ଏହି ଅଭିନେତ୍ରୀ ଏକମାତ୍ର ଭାରତୀୟ ଉପସ୍ଥାପିକା ଥିଲେ। ବଲିଉଡ ତାରକା ଏକ କଳା ରଙ୍ଗର ଗାଉନରେ ଚମତ୍କାର ଦେଖାଯାଉଥିଲେ। ସେ ତାଙ୍କ ଏକାଡେମୀ ପୁରସ୍କାର ଲୁକ୍ ସହିତ ସମସ୍ତଙ୍କୁ ବିସ୍ମିତ କରିଦେଲେ। ‘ଭାରତୀୟ ମହିଳା ଶ୍ରେଷ୍ଠ’ ବୋଲି ଦୀପିକା ପ୍ରମାଣିତ କରିଦେଲେ।

ସମ୍ବନ୍ଧିତ ଖବର