ନିଜକୁ ବଚ୍ଚନ ପରିବାରର ବୋହୂ ଐଶ୍ୱର୍ଯ୍ୟାଙ୍କ ପୁଅ ବୋଲି ଦାବି କରୁଛନ୍ତି ୨୯ ବର୍ଷିଅ ଏହି ଆନ୍ଧ୍ର ଯୁବକ

ନୂଆଦିଲ୍ଲୀ: ବଚ୍ଚନ ପରିବାରର ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ମଝିରେ ମଝିରେ କିଛି ନା କିଛି କଥାକୁ ନେଇ ନିଶ୍ଚୟ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ ନିଜର ପୋଷାକକୁ ନେଇ ତ ପୁଣି କେତେବେଳେ ଝିଅ ଆରାଧ୍ୟାକୁ ନେଇ। ନିଜ ଶ୍ୱଶୁର ଅମିତାଭ ବଚ୍ଚନଙ୍କ ସହ ତାଙ୍କ ଉତ୍ତମ ସଂପର୍କ ହେତୁ ମଧ୍ୟ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି ନୀଳନୟନା। ମାତ୍ର ଏଥର ଚର୍ଚ୍ଚାର କାରଣ ଟିକେ ଚମକେଇ ଦେଲା ପରି।
ସମସ୍ତେ ଜାଣନ୍ତି ଆରାଧ୍ୟା ହେଉଛି ଅଭିଷେକ ଓ ଐଶ୍ୱର୍ଯ୍ୟାଙ୍କ ପ୍ରଥମ ସନ୍ତତି। ଆପଣ କେବେ ବିଶ୍ୱାସ କରିପାରିବେ କି ଐଶ୍ୱର୍ଯ୍ୟାଙ୍କର ୨୯ ବର୍ଷିଅ ଏକ ପୁଅ ଅଛି ବୋଲି ଶୁଣିବା ପରେ? ଆଜ୍ଞା ହଁ, କଥାଟି କେତେ ସତ କେତେ ମିଛ ତାହା ତ ବିଚାରାଧୀନ, ମାତ୍ର ଏପରି ଏକ ଅଭିଯୋଗ ଆସିଛି ନୀଳନୟନାଙ୍କ ନାମରେ।

ଅଭିଯୋଗକାରୀ ଜଣକ ହେଉଛନ୍ତି ଆନ୍ଧ୍ରପ୍ରଦେଶର ସଂଗୀତ କୁମାର। ସେ କହିଛନ୍ତି,‘ ସେତେବେଳେ ଐଶ୍ୱର୍ଯ୍ୟା ରାୟଙ୍କୁ ୧୫ ବର୍ଷ ବୟସ ହୋଇଥାଏ, ୧୯୮୮ ମସିହାରେ ଇନ୍‌ ଭିଟ୍ରୋ ଫର୍ଟିଲାଇଜେସନ୍‌(ଗର୍ଭାଶୟରେ ଶୁକ୍ର ପ୍ରତିରୋପଣ ପ୍ରକ୍ରିୟା) ଦ୍ୱାରା ମୁଁ ଲଣ୍ଡନଠାରେ ଜନ୍ମଲାଭ କଲି। ତା’ପରେ ଐଶ୍ୱର୍ଯ୍ୟାଙ୍କ ମାଆ-ବାପା ବୃନ୍ଦା ଏବଂ କ୍ରିଷ୍ଣା ରାୟ ମୋତେ ଲାଳନପାଳନ କଲେ। କିଛି ଦିନ ଜେଜେମାଆ ବୃନ୍ଦା ରାୟ ମୋତେ ପାଳନ କରିବା ପରେ ୧ ରୁ ୨ ବର୍ଷ ମଧ୍ୟରେ ମୁଁ ମୋ ଜେଜେମାଆଙ୍କ ବାପ ଘରେ ଘରେ ଥିଲି। ତା’ପରେ ମୁଁ ବିଶାଖାପାଟଣାରେ ରହୁଥିଲି। ଏବେ ମୋତେ ଆଉ କିଛି ଦରକାର ନାହିଁ, ମୁଁ ଖାଲି ମାଙ୍ଗାଲୋରେ ମୋ ମାଆ ସହ ରହିବାକୁ ଚାହେଁ। ମୋତେ କେହି ମାଆଙ୍କ ଫୋନ୍‌ ନମ୍ବର ଦିଅନ୍ତୁ। ୨୦୦୭ରେ ମୋ ମାଆ ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ ସତ ଏବେ କିନ୍ତୁ ସେମାନେ ପରସ୍ପରଠାରୁ ଅଲଗା ରହୁଛନ୍ତି। ମୁଁ ୨୭ ବର୍ଷ ଧରି ମୋ ପରିବାରଠାରୁ ଦୂରରେ ରହିଲି। ଏବେ ମୁଁ ମୋ ପରିବାର ସହ ରହିବାକୁ ଚାହେଁ।’

‘ ସେତେବେଳେ ଐଶ୍ୱର୍ଯ୍ୟା ରାୟଙ୍କୁ ୧୫ ବର୍ଷ ବୟସ ହୋଇଥାଏ, ୧୯୮୮ ମସିହାରେ ଇନ୍‌ ଭିଟ୍ରୋ ଫର୍ଟିଲାଇଜେସନ୍‌(ଗର୍ଭାଶୟରେ ଶୁକ୍ର ପ୍ରତିରୋପଣ ପ୍ରକ୍ରିୟା) ଦ୍ୱାରା ମୁଁ ଲଣ୍ଡନଠାରେ ଜନ୍ମଲାଭ କଲି। ତା’ପରେ ଐଶ୍ୱର୍ଯ୍ୟାଙ୍କ ମାଆ-ବାପା ବୃନ୍ଦା ଏବଂ କ୍ରିଷ୍ଣା ରାୟ ମୋତେ ଲାଳନପାଳନ କଲେ। କିଛି ଦିନ ଜେଜେମାଆ ବୃନ୍ଦା ରାୟ ମୋତେ ପାଳନ କରିବା ପରେ ୧ ରୁ ୨ ବର୍ଷ ମଧ୍ୟରେ ମୁଁ ମୋ ଜେଜେମାଆଙ୍କ ବାପ ଘରେ ଘରେ ଥିଲି। ତା’ପରେ ମୁଁ ବିଶାଖାପାଟଣାରେ ରହୁଥିଲି। ଏବେ ମୋତେ ଆଉ କିଛି ଦରକାର ନାହିଁ, ମୁଁ ଖାଲି ମାଙ୍ଗାଲୋରେ ମୋ ମାଆ ସହ ରହିବାକୁ ଚାହେଁ। ମୋତେ କେହି ମାଆଙ୍କ ଫୋନ୍‌ ନମ୍ବର ଦିଅନ୍ତୁ। ୨୦୦୭ରେ ମୋ ମାଆ ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ ସତ ଏବେ କିନ୍ତୁ ସେମାନେ ପରସ୍ପରଠାରୁ ଅଲଗା ରହୁଛନ୍ତି। ମୁଁ ୨୭ ବର୍ଷ ଧରି ମୋ ପରିବାରଠାରୁ ଦୂରରେ ରହିଲି। ଏବେ ମୁଁ ମୋ ପରିବାର ସହ ରହିବାକୁ ଚାହେଁ।’

ଉଲ୍ଲେଖଯୋଗ୍ୟ, ଏହି ଯୁବକଙ୍କ ପାଖରେ ସେପରି କୌଣସି ପ୍ରମାଣପତ୍ର ନାହିଁ। ସେଲିବ୍ରେଟିଙ୍କ ସଂପର୍କୀୟ ବୋଲି ଦାବି କରିବାରେ ଏହି ଘଟଣା ପ୍ରଥମ ମଧ୍ୟ ନୁହେଁ। ଅତୀତରେ ଜଣେ ବୃଦ୍ଧା ନିଜକୁ ଶାହାରୁଖଙ୍କ ମାଆ ବୋଲି ଦାବି କରିଥିଲେ। ସେହିପରି ଆଉ ଜଣେ ଦମ୍ପତି ତାମିଲ୍‌ ସୁପର୍‌ଷ୍ଟାର୍‌ ଧନୁଷଙ୍କୁ ନିଜ ପୁଅ ବୋଲି ଦାବି କରିଥିଲେ। ଚର୍ଚ୍ଚାରେ ରହିବା ପାଇଁ ପୂର୍ବରୁ ଏହିପରି ଅନେକ ମନଗଢ଼ା କାହାଣୀ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର