‘ଷ୍ଟୁଡେଣ୍ଟ୍‌ ଅଫ୍‌ ଦି ଇୟର୍‌-୨’ରେ ଏବେକା ପିଢ଼ିର ସିନେ ପ୍ରେମୀ ପାଇବେ ‘କୁଛ୍‌ କୁଛ୍‌ ହୋତା ହୈ’ ଚଳଚ୍ଚିତ୍ରର ସ୍ୱାଦ

ମୁମ୍ବାଇ: ଅଞ୍ଜଲୀ-ରାହୁଲ-ଟୀନା ଗୋଟାଏ ସମୟ ପାଇଁ ପାଲଟି ଯାଇଥିଲା ବହୁ ଚର୍ଚ୍ଚିତ ୩ ନାମ। ଅଭିନେତ୍ରୀ କାଜଲ, ରାଣୀ ମୁଖାର୍ଜା ଓ ଅଭେିନେତା ଶାହାରୁଖ ଖାନ୍‌ଙ୍କର କେମେଷ୍ଟ୍ରି ଏଯାଏ ବି ଲିଭିନି ଦର୍ଶକଙ୍କ ମନରୁ। ଯଦି କେତୋଟି ବଛା ବଛା ଚଳଚ୍ଚିତ୍ରର କଥା ଉଠେ, ସେଥିମଧ୍ୟରୁ ‘କୁଛ୍‌ କୁଛ୍‌ ହୋତା ହୈ’ ଅନ୍ୟତମ।

ଏବେ ସେହି ଚଳଚ୍ଚିତ୍ର ମଜା ନେବେ ଏବେ ପିଢ଼ିର ସିନେ ପ୍ରେମୀ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ‘କୁଛ୍‌ କୁଛ୍‌ ହୋତା ହୈ’ ଚଳଚ୍ଚିତ୍ର ପରି ଏହି ଚଳଚ୍ଚିତ୍ରକୁ ବି ନର୍ମାଣ କରିବେ ରୋମାଣ୍ଟିକ୍‌ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର। ଖାଲି ଭିନ୍ନ ଏତିକି ଯେ ଷ୍ଟାର୍‌କାଷ୍ଟରେ ପରିବର୍ତ୍ତନ କରାଯାଇଛି। ରାଣୀ-ଶାହାରୁଖ-କାଜଲଙ୍କ ବଦଳରେ ଏହି ଚଳଚ୍ଚିତ୍ରରେ ଦିଶିବେ ତାରା-ଟାଇଗର୍‌-ଅନନ୍ୟା। ୧୯୯୮ ମସିହାରେ ଚହଳ ସୃଷ୍ଟି କରିଥିବା କରଣ ଜୋହରଙ୍କ ‘କୁଛ୍‌ କୁଛ୍‌ ହୋତା ହୈ’ ଚଳଚ୍ଚିତ୍ର ସହ ଏହି ଚଳଚ୍ଚିତ୍ରଟିର ସମାନତା ରହିଛି। ଏହି ଚଳଚ୍ଚିତ୍ରର ପୋଷ୍ଟର ବି ଏବେ ରିଲିଜ୍‌ ହୋଇସାରିଛି।

ସମ୍ବନ୍ଧିତ ଖବର