ଚର୍ଚ୍ଚାରେ ଅନୁପ୍‌-ଜସ୍‌ଲିନଙ୍କ ପ୍ରେମକଥା; ଟୁଇଟର୍‌ରେ ଟ୍ରୋଲ୍‌ ହେଲେ ୬୫ ବର୍ଷିଅ ପ୍ରେମିକ ଓ ୨୮ ବର୍ଷୀୟା ପ୍ରେମିକା

ମୁମ୍ବାଇ: ଦେଶର ସବୁଠାରୁ ବଡ଼ ରିୟଲିଟି ସୋ’ ବିଗ୍‌ବସ୍‌ର ସିଜିନ ୧୨ ସେପ୍ଟମ୍ବର ୧୬ ତାରିଖରୁ ଆରମ୍ଭ ହୋଇଯାଇଛି। ଏହି ସିଜିନ୍‌ର ସବୁଠାରୁ ବଡ଼ ଚର୍ଚ୍ଚିତ ଯୋଡ଼ି ହେଉଛନ୍ତି ୬୫ ବିିର୍ଷିଅ ଭଜନ ସମ୍ରାଟ ଅନୁପ ଜଲୋଟା ଓ ତାଙ୍କଠାରୁ ୩୭ ବର୍ଷ ସାନ ତାଙ୍କ ଶିଷ୍ୟା ଜସ୍‌ଲିନ୍‌ ମାଥାରୁ। ଏହି ଯୋଡ଼ି ସୋ’ ଆରମ୍ଭରେ ନିଜର ଜବର୍‌ଦସ୍ତ ଏଣ୍ଟ୍ରି କରି ସାରିଛନ୍ତି। ଜସ୍‌ଲିନ୍‌ ଏକ ନୃତ୍ୟ ପ୍ରଦର୍ଶନ କରି ଦର୍ଶକଙ୍କ ମନ ଜିଣିଥିବା ବେଳେ ଭଜନ ସମ୍ରାଟ ଏକ ଭଜନ ଗାଇ ମାହଲକୁ ଭକ୍ତିମୟ କରି ଦେଇଥିଲେ। ଏହି ଯୋଡ଼ି ଏବେ ବିଭିନ୍ନ ଗଣମାଧ୍ୟମରୁ ନେଇ ସୋସିଆଲ୍‌ ମିଡିଆରେ ସବୁଆଡ଼େ ଚର୍ଚ୍ଚା। ଜସ୍‌ଲିନ୍‌ କହନ୍ତି କି ସେ ତାଙ୍କ ଶିକ୍ଷ୍ୟ ହୋଇଥିବାରୁ ସହଜରେ ତାଙ୍କ ପ୍ରେମରେ ପଡ଼ିଗଲେ। ତେବେ ଚାଲନ୍ତୁ ଜାଣିବା ଏହି ଦୁଇ ବିରଳ ପ୍ରେମୀ ଯୁଗଳ କିପରି ଭାବେ ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ହୋଇଛନ୍ତି। ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟୁଇଟ୍‌ରରେ ଯେଉଁ ସବୁ ଟୁଇଟ୍‌ ହୋଇଛି ତାହା ନିମ୍ନରେ ପ୍ରକାଶ କରାଯାଇଛି।

ସମ୍ବନ୍ଧିତ ଖବର