ବୟସ ଗଡ଼ିଯାଉଛି, ଗ୍ଲାମର କମିଯାଉଛି: କାହିଁକି ବାହା ହେଉନାହାନ୍ତି ଏହି ନାୟିକାମାନେ?

ପୂର୍ବରୁ ବଲିଉଡ୍‌ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏବଂ ଉର୍ମିଳା ମାତୁନକର ବୟସ ଗଡ଼ିଯିବା ସତ୍ୱେ ଅବିବାହିତ ରହିଥିଲେ ବୋଳି ଚର୍ଚ୍ଚା ପାଲଟିଥିଲେ। ଯାହା ହେଉ ଶେଷରେ ପ୍ରୀତି ଜିଣ୍ଟା ୪୧ ବର୍ଷ ବୟସରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ବେଳେ ୪୨ ବର୍ଷ ବୟସରେ ବିବାହ କରିଥିଲେ ଉର୍ମିଳା। ଏବେ ବି ବୟସ୍କା ଅବିବାହିତା ବଲିଉଡ୍‌ ଅଭିନେତ୍ରୀଙ୍କ ସଂଖ୍ୟା କିିଛି କମ୍‌ ନାହିଁ। ସେମାନଙ୍କ ମଧ୍ୟରେ ରହିଛନ୍ତି…

ତବୁ: ଏହି ୪୫ ବର୍ଷୀଆ ଲେକପ୍ରିୟ ଅଭିନେତ୍ରୀ ଅନେକଙ୍କ ସହ ପ୍ରେମ ସଂପର୍କ ରଖିଥିଲେ ବି ଏଯାବତ୍‌ ବିବାହ କରିନାହାନ୍ତି।

ସୁସ୍ମିତା ସେନ: ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନଙ୍କ ବୟସ ୪୦ ବର୍ଷ। ସେ ଚଳଚ୍ଚିତ୍ର ଦୁନିଆ ଏବଂ ଚଳଚ୍ଚିତ୍ର ଦୁନିଆ ବାହାରର ବିଭିନ୍ନ ପୁରୁଷଙ୍କ ସହ ସଂପର୍କରେ ରହିଥିଲେ ବି କାହାକୁ ହେଲେ ଏବେ ଯାଏ ବିବାହ କରିନାହାନ୍ତି। ସେ ୨ ଜଣ ଅନାଥଙ୍କୁ ପୋଷ୍ୟ ପୁତ୍ରୀ ଭାବେ ଗ୍ରହଣ କରିଛନ୍ତି।

ଅମିଷା ପଟେଲ: ‘କହୋ ନା ପ୍ୟାର୍‌ ହୈ’ ଚଳଚ୍ଚିତ୍ର ଜରିଆରୁ ଖୁବ୍‌ ଲୋକପ୍ରିୟ ହୋଇ ପାରିଥିବା ଅମିଷାଙ୍କ ବୟସ ୪୦ ବର୍ଷ। ସେ ମଧ୍ୟ ଏବେ ପର୍ଯ୍ୟନ୍ତ ଅବିବାହିତା।

ଏମାନଙ୍କ ବ୍ୟତୀତ ବୟସ୍କା ଅବିବାହିତା ଅଭିନେତ୍ରୀମାନଙ୍କ ମଧ୍ୟରେ ଅଛନ୍ତି ପ୍ରିୟଙ୍କା ଚୋପ୍ରା, ସମୀତା ସେଟ୍ଟୀ, ନେହା ଧୁପିଆ, ତନିଷା ମୁଖାର୍ଜୀ ପ୍ରମୁଖ। ତେବେ, ଭିନ୍ନ ଭିନ୍ନ ସାକ୍ଷାତକାରରୁ ସଂଗ୍ରହ କରାଯାଇଥିବା ଉତ୍ତରରୁ ଜାଣିବାକୁ ମିଳିଛି ଯେ ଏମାନେ ପ୍ରାୟ ନିଜ କ୍ୟାରିୟର୍‌କୁ ନେଇ ବ୍ୟସ୍ତ ଥିବା ହେତୁ ବିବାହ ପ୍ରତି ଧ୍ୟାନ ଦେଇ ନାହାନ୍ତି।

ସମ୍ବନ୍ଧିତ ଖବର