ଆଉ ଏକ ଓଡ଼ିଆ ସିନେମାରେ ଉପାସନା

ଭୁବନେଶ୍ବର: ନିକଟରେ  ମୁକ୍ତିଲାଭ କରିଥିବା ସିନେମା ‘ଚୁମକି ସେତ ପାଣିରେ ବୁଡ଼ିବ ନାହିଁ କି’ର ନାୟିକା ଉପାସନା ମହାନ୍ତିଙ୍କର ଆଉ ଏକ ଓଡ଼ିଆ ଛବି ଏବେ ରିଲିଜ୍ ଅପେକ୍ଷାରେ ରହିଛି। ‘ଦେବୀ’ ଓ ‘ଚାନ୍ଦ ନା ତମେ ତାରା’ ଓ ‘ମାନିନୀ’ ଆଦି ଓଡ଼ିଆ ଟେଲି ଧାରାବାହିକର ନାୟିକା ଉପାସନା ମହାନ୍ତିଙ୍କ ଅଭିନୀତ ‘ଚୁମକି ସେତ ପାଣିରେ ବୁଡ଼ିବ ନାହିଁ କି’ରେ ‘ସେଲଫିସ ଦିଲ’ ଫେମ୍ ଶ୍ରେୟାନ୍ ନାୟକ ଭୂମିକାରେ ଭୂମିକାରେ ଅଭିନୟ କରିଥିଲେ। ଏହାର ପ୍ରଯୋଜକ ହେଲେ ଉପହାର ଏବଂ ଅନୀଶ ଭଦ୍ରା। ଏହାର ନିର୍ଦ୍ଦେଶନା ଦାୟିତ୍ବରେ ଥିଲେ ଜଣାଶୁଣା ନୃତ୍ୟ ନିର୍ଦ୍ଦେଶକ ଗିରିଶ ମହାନ୍ତି। ଏହାର କାହାଣୀ, ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଥିଲେ ଭରଦ୍ବାଜ ପଣ୍ଡା। ରବୀନ୍ଦ୍ର ବେହେରା ଏହାର ସିନେମାଟୋଗ୍ରାଫର। ବିଭୁତିଭୂଷଣ ‘ଚୁମକି ସେତ ପାଣିରେ ବୁଡ଼ିବ ନାହିଁକି’ର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।

ଏହା ଅବଶ୍ୟ ଉପାସନାଙ୍କ ଅଭିନୀତ ପ୍ରଥମ ସିନେମା ନୁହେଁ, କାରଣ ପ୍ରାୟ ଆଠ ବର୍ଷ ତଳେ ‘ସ୍ପନ୍ଦନ’ ନାଆଁରେ ଏକ ସିନେମାରେ ପ୍ରଥମେ ଟେଲି ଜଗତର ଜଣାଶୁଣା ନାୟିକା ଉପାସନା ମହାନ୍ତି ଅଭିନୟ କରିଥିଲେ, କିନ୍ତୁ ତାହା ଅଧାରେ ଅଟକି ରହିଗଲା।

ତେବେ ସେ ଯାହା ହେଉନା କାହିଁକି ଇତିମଧ୍ୟରେ ଉପାସନା ଆଉ ଏକ ଓଡ଼ିଆ ସିନେମାର ସୁଟିଂ ଶେଷ କରିଛନ୍ତି। ଏହି ଫିଲ୍ମର ଶୀର୍ଷକ ହେଲା ‘ପ୍ରେମ ମ୍ୟୁଜିଅମ୍’। ଏଥିରେ ଉପାସନା ମହାନ୍ତିଙ୍କୁ ନାୟିକା ଭୂମିକାରେ ଦେଖିବାକୁ ପାଇବେ। ସଙ୍ଗୀତା ମୋସନ୍ ପିକଚର୍ସ ବ୍ୟାନରରେ ପ୍ରସ୍ତୁତ ଏହି ଓଡ଼ିଆ ଛବିର ପ୍ରଯୋଜିକା ହେଲେ ସଙ୍ଗୀତା ମହାନ୍ତି। ଏହାର କାହାଣୀ, ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଛନ୍ତି ଭରଦ୍ବାଜ ପଣ୍ଡା। ଧ୍ରୁବାନନ୍ଦ ପଣ୍ଡା ଏହାର ସିନେମାଟୋଗ୍ରାଫର। ବିଜୟ ମଲ୍ଲ ଏହାର ଗୀତିକାର। ଶରତ ନାୟକ ‘ପ୍ରେମ ମ୍ୟୁଜିଅମ୍’ର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।

 

 

 

ସମ୍ବନ୍ଧିତ ଖବର