ବିରାଟ କୋହଲୀ କ୍ରିକେଟରଙ୍କୁ ମାଗିଲେ ହନିମୁନ୍‌ ଟିପସ୍‌ !

ମୁମ୍ବାଇ: କ୍ରିକେଟର ବିରାଟ କୋହଲୀ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଇଟାଲୀରେ ବିବାହ କରିବାପରେ ଜୀବନସାଥୀଙ୍କୁ ନେଇ ସିଧା ଚାଲିଯାଇଛନ୍ତି ରୋମ୍‌। ତେବେ ଏହାପୂର୍ବରୁ ସେ ତାଙ୍କୁ ଶୁଭେଚ୍ଛା ଜଣାଇଥିବା ବନ୍ଧୁମାନଙ୍କୁ ସୋସିଆଲ ମିଡିଆରେ ଧନ୍ୟବାଦ ଜଣାଇବାକୁ ଭୁଲି ନ ଥିଲେ। ଆଉ ତା’ଭିତରେ ସେ ଜଣେ କ୍ରିକେଟରଙ୍କୁ ସୋସିଆଲ ମିଡିଆରେ ହନିମୁନ୍‌ ଟିପସ୍‌ ମାଗିଲେ ।

photo-midday

ଏଠାରେ ଯେଉଁ କ୍ରିକେଟରଙ୍କ କଥା କୁହାଯାଉଛି ସେ ହେଲେ ଅଜିଙ୍କ୍ୟ ରାହାଣେ। ଅଜିଙ୍କ୍ୟ ବିରାଟ କୋହଲୀଙ୍କୁ ଟ୍ଵିଟରରେ ବିବାହିତଙ୍କ କ୍ଲବକୁ ସ୍ୱାଗତ କରିଥିଲେ। ଏହାର ପ୍ରତ୍ୟୁତ୍ତରରେ ବିରାଟ କୋହଲୀ ତାଙ୍କୁ କିଛି ହନିମୁନ୍‌ ଟିପସ୍‌ ଦେବାକୁ ଅନୁରୋଧ କରିଲେ ନିଜର ଟ୍ଵଟରରେ। ଏଥିରୁ ବିରାଟ କୋହଲୀ କେତେ ରୋମାଣ୍ଟକ୍‌ ତାହା ଜଣାପଡ଼ୁଛି ବୋଲି ଚର୍ଚ୍ଚା ହେଉଛି। ବିରାଟ କୋହଲୀ ଏବଂ ଅନୁଷ୍କା ଶର୍ମା ଏବେ ସୋସିଆଲ ମିଡିଆରେ ବେଶୀ ସର୍ଚ୍ଚ ହେଉଥିବା କପୁଲ ଭିତରେ ରହିଛନ୍ତି। ଏ ଦୁହେଁ ହନିମୁନ୍‌ ସାରି ଭାରତ ଫେରିବେ ଏବଂ ନୂଆ ଦିଲ୍ଲୀ ଓ ମୁମ୍ବାଇରେ ଦୁଇଟି ଭିନ୍ନ ଭିନ୍ନ ରିସେପସନ୍‌ ପାର୍ଟିର ଆୟୋଜନ କରାଯିବ।

ସମ୍ବନ୍ଧିତ ଖବର