ଐଶ୍ୱର୍ଯ୍ୟାଙ୍କ ପରେ ଏବେ ଭାରତୀୟ କ୍ରିକେଟ୍‌ ଟିମ୍‌କୁ ନେଇ ମେମେ କରି ଫସିଗଲେ ବିବେକ, ନିନ୍ଦା କଲେ ଟ୍ଵିଟର୍‌ ବ୍ୟବହାରକାରୀ

ମୁମ୍ବାଇ: ସୋସିଆଲ୍‌ ମିଡିଆରେ ମେମେ ସେୟାର୍‌ କରି ଓଲଟା ସମାଲୋଚିତ ହେବାରେ ଅଭିନେତା ବିବେକ ଓବରାଏ ଏକ ରକମର ପ୍ରସିଦ୍ଧ ହୋଇଗଲେଣି। ନିକଟ ଅତୀତରେ ନିର୍ବାଚନୀ ଫଳାଫଳ ବାହାରିବା ଦିନ ସେ ତାଙ୍କ ନିଜର, ସଲମାନ ଖାନଙ୍କର ଓ ଅଭିଷେକଙ୍କ ସହ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କର ଏକ ଫଟୋ ମେମେ ସେୟାର୍‌ କରି ଅଡୁଆରେ ପଡ଼ିଥିଲେ। ବିବେକଙ୍କୁ ତାଙ୍କର ଏପରି ପିଲାଳିଆମୀ ପାଇଁ ବହୁ ଆଡୁ ନିନ୍ଦା କରାଯାଇଥିଲା।

 

ନିକଟରେ ବିବେକ ଭାରତୀୟ କ୍ରିକେଟ୍‌ ଟିମ୍‌ ନ୍ୟୁଜିଲାଣ୍ଡ୍‌ଠାରୁ ହାରି କରି ଦେଶକୁ ଫେରୁଥିବାର ବେଳର ଏକ ମେମେ ସେୟାର କରିଛନ୍ତି। ଏଥିପାଇଁ ବି ତାଙ୍କୁ ଓଲଟା ସମାଲୋଚିତ ହେବାକୁ ପଡ଼ିଛି। ବିବେକ ସେୟାର କରିଥିବା ମେମେରେ ଦେଖିବାକୁ ମିଳିଛି ଜଣେ ବିଦେଶୀ ମହିଳା ହାତ ବଢ଼ାଇ ଆଲିଙ୍ଗନ କରିବା ଢଙ୍ଗରେ ଆସୁଛନ୍ତି। ତାଙ୍କୁ ଭାରତୀୟ ଟିମ୍‌ ଜର୍ସିର ରଙ୍ଗ ନୀଳ ପୋଷାକ ପିନ୍ଧି ଜଣେ ବ୍ୟକ୍ତି ଆଲିଙ୍ଗନ କରିବାକୁ ଗଲା ବେଳକୁ ସେ ତାଙ୍କୁ ବାଦ୍‌ ଦେଇ ଅନ୍ୟ ଜଣଙ୍କ ଆଡକୁ ପଳାଉଛନ୍ତି। ଏହାକୁ ଦେଇ ବିବେକ ଲେଖିଛନ୍ତି କି ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତୀୟ ଫ୍ୟାନ୍‌ଙ୍କ ସହ ଏପରି ଘଟିଛି।

ସମ୍ବନ୍ଧିତ ଖବର