କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ନିଜର ଜୀବନକୁ ବାଜି ଲଗାଇ କାମ କରୁଥିବା ନାୟକମାନଙ୍କୁ କୃତଜ୍ଞତା ଜଣାଇଲେ ବଲିଉଡ୍ ବ୍ୟକ୍ତିତ୍ବ

ନୂଆଦିଲ୍ଲୀ: କରୋନାଭାଇରସ୍ ରୋଗୀଙ୍କ ଚିକିତ୍ସା ଲାଗି ନିଜର ଜୀବନକୁ ବାଜି ଲଗାଇ କାମ କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ନିଆରା ଢଙ୍ଗରେ କୃତଜ୍ଞତା ଜଣାଇଛନ୍ତି ଦେଶବାସୀ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ରବିବାର ସନ୍ଧ୍ୟାରେ ଦେଶବାସୀ ନିଜ ନିଜର ଘର ବାହାରକୁ ଆସି ତାଳି ମାରିବା ସହ ଘରେ ଥିବା  ଥାଳି ବଜାଇଥିବା ଦେଖାଯାଇଥିଲା| ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଡ ବଡ ରାଜନେତା ଏବଂ ଅଭିନେତାମାନେ ମଧ୍ୟ ମୋଦୀଙ୍କ ଆହ୍ୱାନକୁ ସମ୍ମାନ ଦେଇଥିବା ଦେଖିବାକୁ ମିଳିଛି |

ଭାଇରଲ ଭିଡ଼ିଓରେ ବିଗ ବି ଅମିତାଭ ବଚ୍ଚନ, ହାସ୍ୟ ଅଭିନେତା କପିଲ ଶର୍ମା ଏବଂ କିଙ୍ଗ ଖାନ ଶାହରୁଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ ପାଳନ କରୁଥିବାର ଦେଖାଯାଇଛି | କିଙ୍ଗ ଖାନ ଭିଡ଼ିଓ ଟୁଇଟ କରି ଲେଖିଛନ୍ତି କି, ଇନ୍ସାଆଲ୍ଲା # ଜନତା କର୍ଫ୍ୟୁ ଭାଇରସ୍ ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିବ, ଯଦିଓ ଆମକୁ ଏହା ପୁନର୍ବାର କରିବାକୁ ପଡିବ | କରତାଳି ବହୁତ ଆନନ୍ଦ ଆଣିଦେଲା | ତେଣୁ କିଛି ଖୁସି ସହିତ ସୁରକ୍ଷାର ଏକ ସ୍ମାରକ … ଦୟାକରି ଏହାକୁ ସଠିକ୍ ବାଟରେ ନିଅନ୍ତୁ | ଆଜି ନିରନ୍ତର ଭାବରେ କାର୍ଯ୍ୟ କରୁଥିବା ସମସ୍ତଙ୍କ ପାଇଁ  ଅତ୍ୟଧିକ କୃତଜ୍ଞ | ଧନ୍ୟବାଦ!

ସେହିଭଳି ବିଗ ବି ଲେଖିଛନ୍ତି, ଭାରତ ଇତିହାସ ସୃଷ୍ଟି କରିଛି | #ଜନତା କର୍ଫ୍ୟୁ ଏକ ଅବିଶ୍ୱସନୀୟ ସଫଳତା ଏବଂ ଅପରାହ୍ନ ୫ଟାରେ ସମଗ୍ର ଦେଶର ଜନତା ନିଜ ନିଜର ବାଲକୋନି ଛାତ ଉପରେ, ଘରର ଫାଟକ ଏବଂ ଦ୍ୱାରର ଠିଆ ହୋଇ ଦେଶର ପ୍ରକୃତ ହିରୋମାନଙ୍କୁ ପ୍ରଶଂସା କରିଛନ୍ତି | ଏଭଳି କୌଣସି ଜିନିଷ ମୁଁ ଆଗରୁ ଦେଖିନଥିଲି | ମୁଁ ଜଣେ ଭାରତୀୟ ଭାବେ ଆଜି ଗର୍ବିତ | ଜୟ ହିନ୍ଦ | ସେହିଭଳି କପିଲ ମଧ୍ୟ ନିଜ ବାଲକୋନୀରେ ବାଜା ବଜାଇ ମୋଦିଜୀଙ୍କ ଆହ୍ୱାନକୁ ପାଳନ କରିଥିବା ବେଳେ ତାଙ୍କ ପଡୋଶୀମାନେ କିଭଳି ମୋଦିଜୀଙ୍କ ଆହ୍ୱାନକୁ ପାଳନ କରିଥିଲେ ତାହାର ଦୃଶ୍ୟ ଟୁଇଟ କରିଥିବା ଭିଡ଼ିଓରେ ଦେଖାଇଛନ୍ତି |

ସମ୍ବନ୍ଧିତ ଖବର