ଇଂରାଜୀ ବୁଝି ପାରୁ ନଥିବାରୁ ବିମାନ ମଧ୍ୟରେ ସପ୍‌ନାଙ୍କ ସହ ଘଟିଥିଲା ଏଭଳି ଘଟଣା

ମୁମ୍ବାଇ : ‘ବିଗ୍‌ ବସ୍‌’କୁ ଆସିବା ପରେ ଲୋକପ୍ରିୟ ହୋଇ ପାରିଥିଲେ ନୃତ୍ୟଶିଳ୍ପୀ ସପ୍‌ନା ଚୌଧୁରୀ । ଆଗରୁ ସେ ଅନେକ ଷ୍ଟେଜ୍‌ ସୋ’ କରୁଥିବା ବେଳେ ତାଙ୍କୁ ଅନେକ ଅପମାନର ସାମ୍ନା କରିବାକୁ ପଡ଼ିଥିଲା । କିନ୍ତୁ ‘ବିଗ୍‌ ବସ୍‌’କୁ ଆସିବା ପରେ ସପ୍‌ନାଙ୍କୁ ଏକ ନୂଆ ପରିଚୟ ମିଳିବା ସହ ସମସ୍ତେ ତାଙ୍କ ଦିଓ୍ଵାନା ହୋଇ ଯାଇଥିଲେ । ଯାହା ପରେ ବିଗ୍‌ ବସ୍‌ରୁ ବାହାରିବା ପରେ ତାଙ୍କୁ ଅନେକ ଫିଲ୍ମ ଏବଂ ଆଲବମ୍‌ର ଅଫର ଆସିବାକୁ ଲାଗିଥିଲା । ଏବେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ତାଙ୍କ ନୃତ୍ୟ ଶୈଳୀକୁ ମଧ୍ୟ ସ୍ୱତନ୍ତ୍ର ପରିଚୟ ମିଳିଛି । ତେବେ ଏତେ ବାଟ ଆସିବା ପରେ ସେ ସମ୍ମୁଖୀନ କରିଥିବା ଏକ ଘଟଣା ବିଷୟରେ ଜଣାଇଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

Jansatta

ଏକ ସାକ୍ଷାତକାରରେ ତାଙ୍କୁ ଇଂରାଜୀ କହିବାରେ ଅସୁବିଧା ବୋଲି କହିଥିଲେ । ଥରେ ବିମାନରେ ଯାତ୍ରା କରୁଥିବା ବେଳେ ଏୟାରହୋଷ୍ଟେସ ଆସି ମୋତେ ଖାଇବା ପାଇଁ ପଚାରିଥିଲେ । କିନ୍ତୁ ତାହା ପୂର୍ବରୁ ସେ ଇଂରାଜୀରେ ଅନେକ କଥା କହି ଯାଇଥିଲେ । ଯାହା ମୁଁ ଜମା ବି ବୁଝି ପାରି ନଥିଲି । କିଛି ନ ବୁଝି ପାରିବାରୁ ମୁଁ କିଛି ପ୍ରତିକ୍ରିୟ ମଧ୍ୟ ରଖି ନଥିଲି । ଯାହା ପରେ ଏୟାରହୋଷ୍ଟେସ ଜଣଙ୍କ ଆଗକୁ ବଢ଼ି ଯାଇଥିଲେ । ଏ ଘଟଣା ମୋର ସବୁଦିନ ପାଇଁ ମନେ ରହିବ ବୋଲି ସପ୍‌ନା ଜଣାଇଥିଲେ ।

ସମ୍ବନ୍ଧିତ ଖବର