ଇଣ୍ଟର୍‌ନେଟ୍‌ରେ ଛାଇଲା ସୋନମଙ୍କ ‘ବାବୁ ସରି’ ଭିଡିଓ; ଦେଖନ୍ତୁ କେମିତି ଓ କାହିଁକି ଆନନ୍ଦଙ୍କୁ ସରି କହୁଛନ୍ତି ସୋନା

ମୁମ୍ବାଇ: ଆପଣ ଏକଥା ନିଶ୍ଚୟ ଜାଣିଥିବେ ଯେ ମୁମ୍ବାଇଠାରେ ଶିଖ୍‌ ରୀତିନୀତି ଅନୁଯାୟୀ ଅଭିନେତ୍ରୀ ସୋନମ କପୁର୍‌ ତାଙ୍କ ପ୍ରେମିକ ଆନନ୍ଦ ଆହୁଜାଙ୍କୁ ବିବାହ କରିଛନ୍ତି। ସେମାନଙ୍କ ବିବାହ ଉତ୍ସବ ସମୟର ସୁନ୍ଦର ସୁନ୍ଦର ଫଟୋ ସବୁ ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳୁଛି। ସୋନମ ଓ ଆନନ୍ଦଙ୍କ ପରି ସେମାନଙ୍କ ବିବାହରେ ଉପସ୍ଥିତ ଥିବା ସମସ୍ତେ ଦିଶିଥିଲେ ଜଣକ ଠାରୁ ବଳି ଜଣେ। ଅନେକ ପ୍ରଶଂସକ ସୋନଙ୍କୁ ଅଭିନନ୍ଦନ ଜଣାଇ ନିଜର ଖୁସି ବ୍ୟକ୍ତ କରିଛନ୍ତି।

ସୋନମଙ୍କ ବିବାହ ସମୟର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ସେହି ଭିଡିଓରେ ପରସ୍ପର ପରସ୍ପରଙ୍କୁ ଜୟମାଳା ପିନ୍ଧାଉଥିବାର ନଜର ଆସୁଛନ୍ତି। ଦେଖିବାକୁ ମିଳିଛି ଯେ ଜୟମାଳା ପିନ୍ଧାଉଥିବା ବେଳେ ସୋନମଙ୍କ ଚୁଡ଼ି ଆନନ୍ଦଙ୍କ ସେରଓ୍ଵାନିରେ ଲାଗି ଯାଉଛି। ସୋନମ ଏକଦମ କୌତୁକିଆ ସ୍ୱରରେ କହୁଛନ୍ତି ‘ବାବୁ ସରି’। ସୋନମଙ୍କ ମାଆ ତାଙ୍କୁ ତାଗିଦ୍‌ କଲା ପରି ବାବୁ ନୁହେଁ ଆପ୍‌ ବୋଲି କହିବାକୁ କହୁଛନ୍ତି। ଆହୁରି ବି ଦେଖିବାକୁ ମିଳୁଛି ଯେ ସୋନମ ନିଜ ମାଆଙ୍କୁ ସାହାଯ୍ୟ ମାଗୁଛନ୍ତି। ନିଜ ବିବାହକୁ ନେଇ ବେଶ୍‌ ଖୁସି ଅଛନ୍ତି ସୋନମ। ଏହି ଭିଡିଓଟି ଇଣ୍ଟରନେଟ୍‌ରେ ଆଜିର ଚର୍ଚ୍ଚିତ ଭିଡିଓ। ଏହା ଚାରିଆଡ଼େ ଛାଇ ଯାଇଛି। ସୋନମଙ୍କ ବିବାହ ମୁହୂର୍ତ୍ତରେ ଏହି କୌତୁକିଆ ଦୃଶ୍ୟ ଦେଖି ବହୁ ପ୍ରଶଂସକ ଏହାକୁ ସେୟାର ଓ ଟୁଇଟ୍‌ କରିଛନ୍ତି।

ଏ ସଂପର୍କରେ କରୀନା କପୁର ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍‍ କରି ସୂଚନା ଦେଇଛନ୍ତି କି ଆପଣ ଭାବୁଛନ୍ତି କି ଭିଡିଓ ପଛରେ ଶୁଭୁଥିବା କଣ୍ଠସ୍ୱରଟି କାହାର। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛି ଯେ କଣ୍ଠସ୍ୱରଟି ହେଉଛି ସୋନମଙ୍କ ମାଆ ଅର୍ଥାତ ଆନନ୍ଦଙ୍କ ଶାଶୁଙ୍କର।

ସମ୍ବନ୍ଧିତ ଖବର