ସେବା ଓ ସଙ୍ଗୀତର ପୂଜାରିଣୀ ଅନୁରାଧା

ଭୁବନେଶ୍ବର: ରାସେଶ୍ବରୀ ଏଣ୍ଟରଟେନ୍‌ମେଣ୍ଟ ପ୍ରଯୋଜନା ସଂସ୍ଥା ପକ୍ଷରୁ ଅନୁରାଧାଙ୍କ କଣ୍ଠରେ ଛ’ଟି ଗୀତ ପ୍ରସ୍ତୁତ ହେଇଛି। ଦେବଦାସ ଛୋ‌ଟରାୟ, ଦେବୀଦତ୍ତ ମହାନ୍ତି ଏବଂ ସୁବ୍ରତ ସ୍ବାଇଁଙ୍କ ରଚିତ ଏଇ ଗୀତ ଗୁଡ଼ିକର ସ୍ବର ସଂଯୋଜନା କରିଛନ୍ତି ମନ୍ମଥ ମିଶ୍ର, ଓମ୍‌ପ୍ରକାଶ ମହାନ୍ତି, ବିକାଶ ଦାସ ଓ ପ୍ରେମ୍ ଆନନ୍ଦ। ପ୍ରଜାପତି ଡେଣା ମୋର, ଦୁଇଟି ଦିନ ଖେଳିବା ପାଇଁ, ତମ ହସିବା ତମ ରାଗିବା, ଆସୁଛୁ ଯାଉଛୁ ତୁ ଛାଁ କୁ ଛାଁ, ଜହ୍ନ ଦିଶେ ଅଧେ ଅଧେ ଏବଂ ଭଜନ ‘ଏ ଜୀବନ ତୁମ ଦାନ’ ଆଦିରେ କଣ୍ଠଦାନ କରିଛନ୍ତି ଅନୁରାଧା। କେବଳ ଗୀତ ନୁହେଁ ସେ ‘ଦିଲ୍‌ରେ ଅଛି ତୋରି ନାଁ’ ଚଳଚ୍ଚିତ୍ରର ନାୟିକା ଭୂମିକାରେ ଅଭିନୟ କରିଛନ୍ତି, ଯାହା ନିକଟ ଭବିଷ୍ୟତରେ ମୁକ୍ତିଲାଭ କରିବାକୁ ଯାଉଛି। ସେମିତି ‘ସୁଇଟି ସିକ୍ସଟିନ୍’ ସିନେମା‌ ଗୀତରେ ସେ ମଧ୍ୟ କଣ୍ଠଦାନ କରିଛନ୍ତି।

ଏବେ ଏକ ଅନ୍‌ଟାଇଟଲ୍‌ଡ ତେଲୁଗୁ ସିନେମାରେ ମଧ୍ୟ ସେ ଅଭିନୟ କରୁଛନ୍ତି। ଅନୁରାଧା ପୂର୍ବରୁ ଡ୍ରିମ୍‌ଗାର୍ଲ ପରି କିଛି ମ୍ୟୁଜିକ୍ ଆଲବମ୍‌ରେ ମଧ୍ୟ କଣ୍ଠଦାନ କରିଛନ୍ତି। ସମ୍ପ୍ରତି ସେ ଶ୍ରୀକାକୁଲମସ୍ଥିତ ଶ୍ରୀ ସାଇ ଡେଣ୍ଟାଲ୍ କଲେଜ ଆଣ୍ଡ ରିସର୍ଚ୍ଚ ଇନିଷ୍ଟିଚ୍ୟୁଟ୍‌ରେ ଡାକ୍ତରୀ ପାଠ ପଢ଼ୁଛନ୍ତି। ସଙ୍ଗୀତ ଓ ଅଭିନୟ ସାଙ୍ଗକୁ ଡାକ୍ତରୀ ବିଦ୍ୟାକୁ ନେଇ ଏକାଠି ଚାଲୁଥିବା ଅନୁରାଧା ସ୍ବପ୍ନ ଗରିବ ଓ ଅସହାୟ ରୋଗୀଙ୍କ ସେବା କରିବା।

ସମ୍ବନ୍ଧିତ ଖବର