ରାଜ୍ୟଗୁଡ଼ିକୁ ସୁପ୍ରିମ୍‌କୋର୍ଟଙ୍କ ତାଗିଦ: ଖାଉଟି ଅଦାଲତରେ ଖାଲିଥିବା ପଦବି ୮ ସପ୍ତାହ ଭତରେ ପୂରଣ କର

ନୂଆଦିଲ୍ଲୀ: ବୁଧବାର ସୁପ୍ରିମ୍‌କୋର୍ଟ ରାଜ୍ୟ ସରକାରମାନଙ୍କ ଉଦାସୀନତାକୁ ନିନ୍ଦା କରିବା ସହ ରାଜ୍ୟ ଖାଉଟି ବିବାଦ ସମାଧାନ ପ୍ୟାନେଲଗୁଡ଼ିକରେ ଖାଲି ଥିବା ସମସ୍ତ ପଦବି ଆଠ ସପ୍ତାହ ମଧ୍ୟରେ ପୂରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ଅନୁଯାୟୀ, ଜାତୀୟ ଉପଭୋକ୍ତା ଟ୍ରାଇବ୍ୟୁନାଲରେ ଖାଲିଥିବା ପଦବିଗୁଡିକ ଉପରେ ସର୍ବୋଚ୍ଚ କୋର୍ଟ ମଧ୍ୟ କିଛି କଟୁ ମନ୍ତବ୍ୟ ଦେଇଛନ୍ତି। କେନ୍ଦ୍ର ସରକାର ଲୋକଙ୍କୁ ଆଶା ଦେଇଛନ୍ତି ଯେ ସେମାନଙ୍କ ଅଭିଯୋଗର ମୀମାଂସା କରାଯିବ। କିନ୍ତୁ ଏବେ ସେ ଆଶା ପୂରଣ କରୁନାହାନ୍ତି। କେନ୍ଦ୍ର ସରକାର ଯଦି ରାଜ୍ୟଗୁଡିକୁ ଖାଲିଥିବା ପଦବିଗୁଡ଼ିକ ପୂରଣ କରିବାକୁ କହୁଛନ୍ତି ତେବେ ତାଙ୍କୁ ମଧ୍ୟ ତାହା କରିବାକୁ ପଡିବ। ଖାଉଟି ଆଧାରିତ ମାମଲାଗୁଡ଼ିକର ସମାଧାନ ପାଇଁ ଆବଶ୍ୟକ ସଂଖ୍ୟକ ଲୋକ ରହିବା ଆବଶ୍ୟକ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ବିହାର, ଅରୁଣାଚଳ ପ୍ରଦେଶ, ମେଘାଳୟ ଓ ଝାଡଖଣ୍ଡ ରାଜ୍ୟ ଖାଉଟି ଅଦାଲତଗୁଡ଼ିକରେ ଆବଶ୍ୟକ ପଦବି ପୂରଣ କରୁ ନ ଥିବାରୁ ସୁପ୍ରିମ୍‌କୋର୍ଟ ବିରକ୍ତି ପ୍ରକାଶ କରି କହିଥିଲେ ଯେ ରାଜ୍ୟଗୁଡିକ ଯେଉଁଭଳି ଭାବରେ କାର୍ଯ୍ୟ କରୁଛନ୍ତି ତାହା ଗ୍ରହଣୀୟ ନୁହେଁ।

ସମ୍ବନ୍ଧିତ ଖବର