ଇନଷ୍ଟା ପୋଷ୍ଟରେ ସୋନାକ୍ଷୀଙ୍କ ସହ ପ୍ରେମ ସମ୍ପର୍କ ଥିବା ସ୍ବୀକାର କଲେ ଜାହିର୍

ମୁମ୍ବାଇ: ନିକଟରେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ତାଙ୍କର ୩୬ତମ ଜନ୍ମଦିନ ପାଳନ କରିଥିଲେ। ଏହି ବିଶେଷ ଅବସରରେ ଅଭିନେତା ଜହିର ଇକବାଲ ସୋନାକ୍ଷୀଙ୍କ ପାଇଁ ଏକ ସ୍ୱତନ୍ତ୍ର ପୋଷ୍ଟ ଲେଖିଥିଲେ। ତାଙ୍କର ଏହି ପୋଷ୍ଟ ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ହେଉଥିବା ଚର୍ଚ୍ଚା ସ୍ପଷ୍ଟ ହୋଇଛି। କିଛି ମାସ ହେଲାଣି ଚର୍ଚ୍ଚା ହେଉଥିଲା ଯେ, ସୋନାକ୍ଷୀ, ଜାହିରଙ୍କ ସହ ପ୍ରେମ ସମ୍ପର୍କ ରଖିଛନ୍ତି। ହେଲେ ଦୁହେଁ ସର୍ବସାଧାରଣରେ କିଛି କି କହିନଥିଲେ। ହେଲେ ସୋନାକ୍ଷୀଙ୍କ ଜନ୍ମଦିନ‌ରେ ଜାହିର ତାଙ୍କ ଭଲପାଉଥିବା ସ୍ପଷ୍ଟ କରିଛନ୍ତି। ସୋନାକ୍ଷୀଙ୍କ ସହ ଫଟୋ ପୋଷ୍ଟ କରି ମୁଁ ତୁମକୁ ଭଲପାଏ ବୋଲି ଲେଖିଛନ୍ତି ଜାହିର୍।

ସେ କରିଥିବା ଇନଷ୍ଟା ପୋଷ୍ଟର କ୍ୟାପସନରେ ଲେଖାଯାଇଛି, କିଛି ତ ଲୋକ କହିବେ, ଲୋକଙ୍କ କାମ ହେଉଛି କହିବା। ତୁମେ ସବୁଠୁ ଭଲ। ସର୍ବଦା ଖୁସିରେ ରୁହ। ମୁଁ ତୁମକୁ ଭଲପାଏ।

 

View this post on Instagram

 

A post shared by Zaheer Iqbal (@iamzahero)

କୁହାଯାଉଛି ଯେ, ନୋଟବୁକ୍ ଫିଲ୍ମ ସହିତ ବଲିଉଡରେ ଡେବ୍ୟୁ କରିଥିବା ଅଭିନେତା ଜାହିର ଇକବାଲ ସଲମାନ ଖାନଙ୍କ ମାଧ୍ୟମରେ ସୋନାକ୍ଷୀଙ୍କୁ ଭେଟିଥିଲେ। ସେ ସଲମାନ ଖାନଙ୍କ ପାର୍ଟୀରେ ପ୍ରଥମ ଥର ପାଇଁ ସୋନାକ୍ଷୀ ସିହ୍ନାଙ୍କୁ ଭେଟିଥିବା ଜଣାପଡ଼ିଛି। ଏହା ପରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଲା ଏବଂ ତା’ପରେ ଉଭୟଙ୍କ ପରସ୍ପରକୁ ସମୟ ଦେବା ଆରମ୍ଭ କରିଥିଲେ। ଦୁହେଁ ଡବଲ୍ ଏକ୍ସଏଲ୍ ଫିଲ୍ମରେ ଏକାଠି କାମ କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା। ନିକଟରେ ଅଭିନେତ୍ରୀ ସୋନାକ୍ଷୀଙ୍କ ୱେବ୍ ସିରିଜ୍ ଦହାଡ ରିଲିଜ୍ ହୋଇଥିବା ବେଳେ ଏହା ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିବା ଦେଖାଯାଇଛି।

ସମ୍ବନ୍ଧିତ ଖବର