ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ଅଗ୍ନିକାଣ୍ଡ ଘଟଣା, ଆୟତ୍ତକୁ ଆସିଲା ନିଆଁ

ପୁରୀ: ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ଲାଗିଥିବା ନିଆଁକୁ ଏବେ ଆୟତ୍ତ କରାଯାଇଛି । ବନ ବିଭାଗ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଇଥିବା ସୂଚନା ମିଳିଛି। ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭର ପାର୍ଶ୍ବରେ ଅବସ୍ଥିତ ଏହି ଅଭୟାରଣ୍ୟରେ ବେଲଦଳ ଗ୍ରାମ ନିକଟରେ ନିଆଁ ଲାଗିଥିଲା ।

ସୂଚନା ଅନୁସାରେ, ଗତକାଲି ଜାନୁଆରି ୨୬ ଛୁଟି ଥିବାରୁ ସକାଳେ କିଛି ଯୁବକ ସେଠାରେ ଭୋଜି କରୁଥିଲେ । ଏହା ପରେ ସନ୍ଧ୍ୟାରେ ଅଭୟାରଣ୍ୟରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ତେବେ ନିଆଁର କାରଣ ଏଯାବତ୍ ସ୍ପଷ୍ଟ ହୋଇନାହିଁ। ବାଲୁଖଣ୍ଡ ହରିଣମାନଙ୍କର ବାସସ୍ଥାନ ଭାବେ ପ୍ରସିଦ୍ଧ । ପ୍ରାୟ ୮୭ କିଲୋମିଟର ପରିବ୍ୟାପ୍ତ ହୋଇଛି ବାଲୁଖଣ୍ଡ ଅଭୟାରଣ୍ୟ ବଙ୍ଗୋପସାଗରକୁ ଲାଗି ରହିଛି । ୯୮୪ ମସିହାରେ ଏହି ଅଭୟାରଣ୍ୟର ପରିକଳ୍ପନା କରାଯାଇଥିଲା । ଇକୋଲଜିକାଲ ପର୍ଯ୍ୟଟନ ପାଇଁ ଏହି ଅଞ୍ଚଳ ବେଶ ଅନୁକୂଳ ବୋଲି କୁହାଯାଇଛି । ଏହା ଏକ ସଂରକ୍ଷିତ ଅଞ୍ଚଳ ହୋଇଥିବା ବେଳେ ସେଠାରେ କିପରି ନିଆଁ ଲାଗିଲା ତାହା ତଦନ୍ତ ସାପେକ୍ଷ।

ସମ୍ବନ୍ଧିତ ଖବର