ଇମ୍ରାନ୍‌ ମାନିଲେ, ଆତଙ୍କବାଦ ମୁକାବିଲା ପାଇଁ ଆସୁଥିବା ଅନୁଦାନର ଦୁରୁପଯୋଗ ହୋଇଛି

ଇସ୍‌ଲାମାବାଦ:ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଆଜି ସ୍ବୀକାର କରିଛନ୍ତି ଯେ ପାକିସ୍ତାନ ଆତଙ୍କବାଦର ମୁକାବିଲା ନିମନ୍ତେ ପାଇଥିବା ବିଦେଶୀ ଅନୁଦାନର ଦୁରୁପଯୋଗ କରିଛି। ଆମେରିକାର ବିଶ୍ବ ବାଣିଜ୍ୟ ସଂଗଠନ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଆତଙ୍କବାଦ ବିରୋଧୀ ଲଢ଼େଇ ପାଇଁ ପାକିସ୍ତାନ ଯେଉଁ ବିପୁଳ ଅନୁଦାନ ପାଇଥିଲା ତାହାର ସଠିକ୍‌ ବିନିଯୋଗ ହୋଇପାରି ନାହିଁ। ପାକିସ୍ତାନୀ ସମାଜରେ ଦେଖାଦେଇଥିବା ଜଟିଳ ସ୍ଥିତି ଯୋଗୁଁ ଏହି ଅର୍ଥକୁ ଆମେ ଠିକ୍‌ କାମରେ ଲଗାଇବାରେ ସମର୍ଥ ହୋଇନଥିଲୁ ବୋଲି ସେ କହିଛନ୍ତି। ‘ଦକ୍ଷିଣ ଏସିଆରେ ଶାନ୍ତି ଓ ବିକାଶ’ ଶୀର୍ଷକ ଅନ୍ତର୍ଜାତୀୟ ସେମିନାରରେ ଯୋଗଦେଇ ଇମ୍ରାନ ଏହା ସ୍ବୀକାର କରିବା ସହ କଶ୍ମୀରକୁ ନେଇ ଭାରତ ବିରୋଧରେ ମଧ୍ୟ ବିଷୋଦ୍‌ଗାର କରିଛନ୍ତି। ଭାରତ ସରକାର କଶ୍ମୀରରେ ମାନବାଧିକାର ଉଲ୍ଲଂଘନ କରୁଛନ୍ତି ଏବଂ କଶ୍ମୀର ନାଗରିକଙ୍କର ସ୍ବାଧୀନତା ଅପହରଣ କରିନେଇଛନ୍ତି ବୋଲି ସେ କହିଛନ୍ତି । ଏହା ଦ୍ବାରା ପାକିସ୍ତାନ ମଧ୍ୟ ପ୍ରଭାବିତ ହୋଇଛି ବୋଲି ଇମ୍ରାନ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର