ଇସ୍ରାଏଲକୁ ସମର୍ଥନ ନକରିବା ଆମ ମୁର୍ଖାମୀ : ସୁବ୍ରମଣ୍ୟମ ସ୍ୱାମୀ

ନୂଆଦିଲ୍ଲୀ: ଇସ୍ରାଏଲରେ ଥିବା ଆମେରିକୀୟ ଦୂତାବାସକୁ ବିବାଦୀୟ କ୍ଷେତ୍ର ଜେରୁଜେଲମକୁ ସ୍ଥାନାନ୍ତରଣ କରିବାକୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ଆମେରିକା ଆପାତତଃ ଏକଘରିଆ ହୋଇଯାଇଛି । ଏହି ପ୍ରସ୍ତାବକୁ ବିରୋଧ କରି ଜାତିସଂଘରେ ଏକ ପ୍ରସ୍ତାବ ଆଗତ ହୋଇଛି । ଗତକାଲି ହୋଇଥିବା ଏହି ପ୍ରସ୍ତାବ ସପକ୍ଷରେ ଭାରତ ସମେତ ପ୍ରାୟ ୧୨୮ଟି ଦେଶ ଭୋଟ ଦେଇଥିବାବେଳେ ମାତ୍ର ୯ ଦେଶ ଏହା ବିରୁଦ୍ଧରେ ଭୋଟ ଦେଇଛନ୍ତି । ସେଥିରେ ଆମେରିକା ଓ ଇସ୍ରାଏଲ ଅନ୍ତର୍ଭୁକ୍ତ । ଅନ୍ୟ ୩୫ଟି ଦେଶ ଅନୁପସ୍ଥିତ ରହିଥିଲେ ।

 

କିନ୍ତୁ ଭାରତର ଏହି ପଦକ୍ଷପକୁ ବିରୋଧ କରିଛନ୍ତି ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ । ସେ କହିଛନ୍ତି ଭାରତର ଏହି ନିଷ୍ପତ୍ତି ରାଷ୍ଟ୍ରୀୟ ସ୍ୱାର୍ଥ ବିରୋଧୀ । କାରଣ ପାଲେଷ୍ଟାଇନ କେବେ ମଧ୍ୟ କାଶ୍ମୀର ପ୍ରସଙ୍ଗରେ ଭାରତକୁ ସମର୍ଥନ କରେ ନାହିଁ । ଆତଙ୍କବାଦ ପ୍ରସଙ୍ଗରେ ମଧ୍ୟ ଏହା ଭାରତକୁ ସମର୍ଥନ କରେ ନାହିଁ । କିନ୍ତୁ ଇସ୍ରାଏଲ ସବୁବେଳେ ଭାରତ ସପକ୍ଷରେ ରହିଆସିଛି । ଆହୁରି ମଧ୍ୟ ଆମେରିକା ବିରୁଦ୍ଧରେ ଯିବା ଭାରତ ପାଇଁ ଶୁଭଙ୍କର ନୁହେଁ । କାରଣ ଏସିଆରେ ଚୀନର ପ୍ରଭାବ ବଢୁଥିବାବେଳେ ତାହାର ମୁକାବିଲା ଲାଗି ଆମେରିକାର ସହାୟତା ଜରୁରୀ ।

କିନ୍ତୁ ଭାରତର ଏହି ପଦକ୍ଷେପ ଦ୍ୱାରା ଉଭୟ ଆମେରିକା ଓ ଇସ୍ରାଏଲ ଭାରତକୁ ବିଶ୍ୱାସ କରିବେ ନାହିଁ । ଏହା ଏକ ଚାଟୁକାର ନୀତି, ଯାହାକି ଆମକୁ ସୁହାଏ ନାହିଁ ।

ସମ୍ବନ୍ଧିତ ଖବର