ଦିଲ୍ଲୀ ପ୍ରଦୂଷଣ: ଧୂମ୍ରାଭ କୁହଡ଼ିର ୪୦% ଧୂଳି ଆସିଛି ଉପସାଗରରୁ: ରିପୋର୍ଟ

ନୂଆଦିଲ୍ଲୀ: ଉପସାଗରରେ ହୋଇଥିବା ଏକ ଭୀଷଣ ଝଡ଼ରୁ ଉତ୍ପନ ଧୂଳି ହଜାର ହଜାର କିଲୋମିଟର୍‌ ଗତି କରି ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ ଏବଂ ଉତ୍ତର ଭାରତର ବହୁଳାଂଶକୁ ସପ୍ତାହେବ୍ୟାପୀ କବଳିତ କରିଥିବା ମାରତ୍ମକ ଧୂମ୍ରାଭ କୁହଡ଼ିରେ ମିଶିଛି ବୋଲି ସରକାରଙ୍କର ବାୟୁ ମାନକ ଗବେଷଣା ପରିଷଦ୍‌ ‘ସଫର୍‌’ ଉପସଂହାରରେ ପହଞ୍ଚିଛି।

‘ସଫର୍‌’ କହିଛି ଯେ ଉପସାଗରରୁ ଉଡ଼ି ଆସିଥିବା ଧୂଳି ଧୁମ୍ରାଭ କୁହୁଡ଼ିରେ ୪୦% ମିଶିଥିବାବେଳେ ପଞ୍ଜାବ ଏବଂ ହରିୟାନାର ଅମଳୋତ୍ତର କ୍ଷତ ପୋଡ଼ି ଜାତ ଧୂଅାଁ ୨୫% ମିଶିଛି। ବାକି ୩୫% ପ୍ରଦୂଷଣ ଦିଲ୍ଲୀ- ଜାତୀୟ ରାଜଧାନୀରୁ ଉତ୍ପନ୍ନ ହୋଇଛି।

ଦିଲ୍ଲୀ- ଜାତୀୟ ରାଜଧାନୀ ଅଞ୍ଚଳକୁ ଅନୁକୂଳାତ୍ମକ ଉର୍ଦ୍ଧ୍ୱବାୟୁ ଉପସାଗରରୁ ଧୂଳି ଓ ନଡ଼ା ପୋଡ଼ି ଜନିତ ଧୂଅାଁ ବହି ଆଣିବାବେଳେ ତୋଫାନ୍‌ ନିରୋଧୀ ବାୟୁ ପ୍ରବାହ ଏହି ପ୍ରଦୂଷକଗୁଡ଼ିକୁ ଭୂପୃଷ୍ଠ ଆଡ଼କୁ ଠେଲି ଦେଉଛି। ଭୂପୃଷ୍ଠ ପରିସ୍ଥିତି ସ୍ଥିର ଥିବାରୁ ପ୍ରଦୂଷକଗୁଡ଼ିକ ବାୟୁ ମଣ୍ଡଳର ନିମ୍ନ ସ୍ତରରେ ବାନ୍ଧି ହୋଇ ରହୁଛି।

ସମ୍ବନ୍ଧିତ ଖବର