‘ପ୍ରଜା ବେଦିକ’ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଲେ ଜଗନ

ହାଇଦ୍ରାବାଦ୍‌: ଆନ୍ଧ୍ରପ୍ରଦେଶର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନ ମୋହନ ରେଡ୍ଡି ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଦ୍ବାରା ନିର୍ମିତ ପ୍ରମୁଖ ସରକାରୀ କୋଠା ‘ପ୍ରଜା ବେଦିକ’କୁ ଭାଙ୍ଗିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜଗନ ଆଜି ଏହି ‌‘ପ୍ରଜା ବେଦିକ’ରେ ଜିଲ୍ଲାପାଳମାନଙ୍କର ଏକ ବୈଠକ କରିଥିଲେ ଏବଂ ଏହି ବୈଠକରେ ହିଁ ସେ କୋଠାଟିକୁ ଭାଙ୍ଗିବାପାଇଁ ନିର୍ଦ୍ଦେଶ ଦେଇଥିଲେ। ସବୁ ନୀତି ନିୟମର ଉଲ୍ଲଂଘନ କରି ‘ପ୍ରଜା ବେଦିକ’ ଏକ ନଦୀ ଶଯ୍ୟା ଉପରେ ନିର୍ମାଣ ହୋଇଛି ଏବଂ ଏହା ସମ୍ପୂର୍ଣ୍ଣ ଭାବେ ବେଆଇନ ହୋଇଥିବାରୁ ଏହି କୋଠାଟିକୁ ଭାଙ୍ଗି ଦେବାପାଇଁ ଜଗନ ନିର୍ଦ୍ଦେଶ ଦେଇଛନ୍ତି। ସବୁ ବିଭାଗରେ ସ୍ବଚ୍ଛତା ବଜାୟ ରହିବ ଏବଂ ଚନ୍ଦ୍ରବାବୁଙ୍କ ଟିଡିପି ସରକାର ସମୟରେ ହୋଇଥିବା ସମସ୍ତ ବେଆଇନ କାର୍ଯ୍ୟ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଗନ କହିଛନ୍ତି।

ସମ୍ବନ୍ଧିତ ଖବର