ବିକ୍ରମ ଉପରେ ଉଡ଼ିବ ନାସା ଅର୍ବିଟର, ଆସିପାରେ ଭଲ ଖବର

ନୂଆଦିଲ୍ଲୀ: ଭାରତର ଚନ୍ଦ୍ରଯାନ-୨ ଅଭିଯାନର ଲ୍ୟାଣ୍ଡର୍‌ ବିକ୍ରମ ସହିତ ସଂପର୍କ ସ୍ଥାପନ ପାଇଁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ସହ ଆମେରିକାର ମହକାଶ ଗବେଷଣା ସଂସ୍ଥା ନାସା ହାତ ମିଳାଇଛି। ନାସାର ଅର୍ବିଟର ମଂଗଳବାର ଦିନ ଚନ୍ଦ୍ର ପୃଷ୍ଠରେ ବିକ୍ରମ ଅବତରଣ କରିଥିବା ଅଂଚଳ ଦେଇ ଉଡ଼ିବ ବୋଲି ଜଣାପଡ଼ିଛି। ଏହି ଉଡ଼ାଣ ବେଳେ ବିକ୍ରମର ଫଟୋ ଉଠାଇବା ସହ ଅର୍ବିଟର ମାଧ୍ୟମରେ ନାସା କମାଣ୍ଡ ପଠାଇବ ବୋଲି ଜଣାପଡ଼ିଛି। ବିକ୍ରମର ସଠିକ୍‌ ଅବସ୍ଥିତି ସଂପର୍କରେ ଇସ୍ରୋ ତଥ୍ୟ ସଂଗ୍ରହ କରିବା ପରେ ଏହି ତଥ୍ୟ ଆଧାରରେ ନାସାର ଅର୍ବିଟରକୁ ସଂପୃକ୍ତ ଅଂଚଳ ଦେଇ ଉଡ଼ାଣ ପାଇଁ ପ୍ରସ୍ତୁତ କରାଯାଇଛି । ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ର ପୃଷ୍ଠରେ ଅବତରଣ ପୂର୍ବରୁ ଏହା ସହିତ ଇସ୍ରୋ ନିୟନ୍ତ୍ରଣ କକ୍ଷର ସଂପର୍କ ଛିନ୍ନ ହୋଇଥିଲା। ବିକ୍ରମର ଫଟୋ ଏବଂ ଅନ୍ୟ ତଥ୍ୟ ସାର୍ବଜନୀନ ଭାବେ ଉପଲବ୍ଧ ହେବ ବୋଲି ନାସା କହିଛି। ଗତକାଲି ନାସା ବିକ୍ରମକୁ ‘ହେଲୋ’ ବାର୍ତ୍ତା ପଠାଇଥିଲା।

ସମ୍ବନ୍ଧିତ ଖବର