ମଙ୍ଗଳବାରଠାରୁ ବଜେଟ ଅଧିବେଶନ, ପ୍ରଥମ ଦିନରେ ଉପସ୍ଥାପନ ହେବ ଅର୍ଥନୈତିକ ସର୍ଭେ

ନୂଆଦିଲ୍ଲୀ : ମଙ୍ଗଳବାରଠାରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ ।  ଏହି ଅଧିବେଶନର ପ୍ରଥମ ଦିନରେ ଲୋକସଭାରେ ୨୦୨୨-୨୩ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବ । ସରକାରଙ୍କ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଡ. ଭି. ଅନନ୍ତ ନାଗେଶ୍ବରନ ଏହି ରିପୋର୍ଟ ଉପସ୍ଥାପନ କରିବେ ।

ଏହି ରିପୋର୍ଟ ଉପସ୍ଥାପନର ପର ଦିନ ଅର୍ଥାତ ବୁଧବାରଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ବର୍ଷ ୨୦୨୩-୨୪ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିବେ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ହେବ ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ । ଏଣୁ ସରକାର ଏଥିରେ କେତେକ ଜନପ୍ରିୟ ସ୍କିମ ଘୋଷଣା କରିପାରନ୍ତି ।

ଅର୍ଥନୈତିକ ସର୍ଭେ ଆମ ଦେଶର ଅର୍ଥନୀତିର ଏକ ଚିତ୍ର ପ୍ରଦାନ କରିଥାଏ । ଏଥିରେ ଅର୍ଥନୀତିର ପ୍ରଦର୍ଶନ, ବିଭିନ୍ନ କ୍ଷେତ୍ରର ସ୍ଥିତି ଓ ପୂର୍ବାନୁମାନ, ସରକାରଙ୍କ ପ୍ରମୁଖ କାର୍ୟ୍ୟକ୍ରମଗୁଡ଼ିକର ଅଗ୍ରଗତି, ସଫଳତା-ବିଫଳତା, ଅର୍ଥନୀତିର ପୂର୍ବାନୁମାନ ଆଦି ସଂପର୍କରେ ବର୍ଣ୍ଣନା ରହିଥାଏ । ସାଧାରଣତଃ ବଜେଟ ଉପସ୍ଥାପନର ଏକ ଦିନ ପୂର୍ବରୁ ଲୋକସଭାରେ ଏହାର ଉପସ୍ଥାପନ କରାଯାଇଥାଏ । ସାଧାରଣତଃ ଅର୍ଥନୈତିକ ସର୍ଭେ ମାଧ୍ୟମରେ ସରକାରଙ୍କ ବଜେଟ କେଉଁ ଦିଗରେ ଯିବ ସେ ସଂପର୍କରେ ଏକ ଧାରଣା ମିଳିଥାଏ । ଏଥରର ସର୍ଭେରେ କରୋନା ପରେ ଦେଶର ଅର୍ଥନୈତିକ ସ୍ଥିତି ସଂପର୍କରେ ସୂଚନା ମିଳିପାରେ ।

 

 

 

ସମ୍ବନ୍ଧିତ ଖବର