୮୫ ରାଷ୍ଟ୍ରରେ ଡେଲ୍‌ଟା ପ୍ରଜାତି

ୱାସିଂଟନ୍‌ : କରୋନାର ଅତି ଭୟଙ୍କର ସଂକ୍ରାମକ ପ୍ରଜାତି ଡେଲ୍‌ଟା ଏବେ ବିଶ୍ବର ୮୫ ଟି ରାଷ୍ଟ୍ରରେ ଚିହ୍ନଟ ହୋଇଛି। ଲଗାତାର ଏହି ପ୍ରଜାତିକୁ ବିଶ୍ବର ବିଭିନ୍ନ ସ୍ଥାନରେ ଚିହ୍ନଟ କରାଯାଉଛି। ଆଗକୁ ଏହି ଡେଲ୍‌ଟା ପ୍ରଜାତି ଏକ ‘ପ୍ରମୁଖ ବଂଶ’ ହେବାକୁ ଯାଉଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛନ୍ତି। ବିଶ୍ବରେ ସଂକ୍ରମଣ ବଢ଼ିବାର ପ୍ରମୁଖ କାରଣ ହେବ ଏହି ଡେଲ୍‌ଟା ପ୍ରଜାତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ସାପ୍ତାହିକ ତଥ୍ୟ ଅନୁଯାୟୀ ଆଲ୍‌ଫା ପ୍ରଜାତି ୧୭୦ ରାଷ୍ଟ୍ରରେ ଚିହ୍ନଟ ହୋଇଥିବାବେଳେ ବିଟା ୧୧୯ , ଗାମା ୭୧ ଏବଂ ଡେଲ୍‌ଟା ୮୫ ରାଷ୍ଟ୍ରରେ ଚିହ୍ନଟ ହୋଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି, ବର୍ତ୍ତମାନ ୪ଟି ଚିନ୍ତାଜନକ ପ୍ରଜାତି ଆଲ୍‌ଫା, ବିଟା , ଗାମା ଏବଂ ଡେଲ୍‌ଟାକୁ ଅତି ଭଲଭାବେ ଯାଞ୍ଚ କରାଯାଉଛି। ଆଲ୍‌ଫା ପ୍ରଜାତି ତୁଳନାରେ ଡେଲ୍‌ଟା ପ୍ରଜାତି ଅଧିକ ସଂକ୍ରାମକ ଏବଂ ଯଦି ବର୍ତ୍ତମାନର ସ୍ଥିତି ଆଗକୁ ଜାରି ରହେ ତେବେ ଏହା ଆଗକୁ ଏକ ‘ପ୍ରମୁଖ ବଂଶ’ରେ ପରିଣତ ହେବ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତଥ୍ୟ ଅନୁଯାୟୀ ଭାରତରେ ଗତ ସପ୍ତାହରେ ସର୍ବାଧିକ କୋଭିଡ୍‌ ମାମଲା ଚିହ୍ନଟ ହୋଇଛି।

ସମ୍ବନ୍ଧିତ ଖବର