ଜାପାନ୍‌ ନର୍ସିଂହୋମ୍‌ରେ ଅଗ୍ନିକାଣ୍ଡ: ୧୧ ମୃତ

ନୂଆଦିଲ୍ଲୀ: ଜାପାନ୍‌ରେ ଏମ ସାମାଜିକ ଜନମଙ୍ଗଳ କେନ୍ଦ୍ରରେ ଅଗ୍ନିକାଣ୍ଡ ଦ୍ୱାରା ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଆହତ ହୋଇଛନ୍ତି। ହୋକ୍କାଇଡୋ ସାପ୍ପୋରୋରେ ବୟସ୍କ ଲୋକଙ୍କ ଲାଗି ଉଦ୍ଦିଷ୍ଟ ଉକ୍ତ ଜନମଙ୍ଗଳ କେନ୍ଦ୍ରରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଦ୍ୱାରା ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଉଦ୍ଧାର କାର୍ଯ୍ୟରେ ୪୦ରୁ ଊର୍ଦ୍ଧ୍ୱ ଟ୍ରକ୍‌, ଆମ୍ବୁଲାନ୍ସ ଏବଂ ପୁଲିସ କାର୍‌ ନିୟୋଜିତ ହୋଇଥିଲେ। ମୃତକଙ୍କ ମଧ୍ୟରେ ୮ ଜଣ ପୁରୁଷ ଏବଂ ୩ ଜଣ ମହିଳା ଥିବା ଜଣାଯାଇଛି। ଉକ୍ତ ୩ ମହଲା ବିଶିଷ୍ଟ କୋଠାଟିରେ ଅନେକ ଅସହାୟକ ବୟସ୍କ ଲୋକ ରହୁଥିଲେ।

ସମ୍ବନ୍ଧିତ ଖବର