ଗଲ୍‌ଫ ଦେଶରେ ଥିବା ଭାରତୀୟଙ୍କୁ ଉଦ୍ଧାର କରି ଫେରାଇ ଆଣିବାକୁ ନୌସେନାର ୧୪ଟି ଯୁଦ୍ଧପୋତ ପ୍ରସ୍ତୁତ

ନୂଆଦିଲ୍ଲୀ: ଉପସାଗରୀୟ ଦେଶମାନଙ୍କରେ ଫଶି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରି ଦେଶକୁ ଫେରାଇ ଆଣିବାକୁ ଭାରତୀୟ ନୌସେନାର ୧୪ଟି ଯୁଦ୍ଧପୋତ ପ୍ରସ୍ତୁତ ରହିଛି ବୋଲି ଜଣେ ଶୀର୍ଷ ସ୍ତରୀୟ ନୌସେନା ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି। କରୋନା ଭାଇରସ୍‌ ପାଇଁ ବିଦେଶରୁ ଦେଶକୁ ଫେରି ପାରୁ ନଥିବା ଭାରତୀୟମାନଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ ନୌସେନା ପକ୍ଷରୁ ଏପରି ଘୋଷଣା କରାଯାଇଛି।

ଏକ ସାକ୍ଷାତ୍‌କା‌ରରେ ନୌ‌ସେନାର ଭାଇସ୍‌ ଚିଫ୍‌ ଆଡ୍‌ମିରାଲ୍‌ ଜି ଅଶୋକ କୁମାର ଏ ନେଇ କହିଛନ୍ତି କି, ‘ଆମେ ୧୪ଟା ଜାହାଜ ପ୍ରସ୍ତୁତ କରି ରଖିଛୁ। ପୂର୍ବ ନୌସେନା କମାଣ୍ଡରୁ ୪ଟା, ପଶ୍ଚିମ ନୌସେନା କମାଣ୍ଡରୁ ୪ଟା, ଦକ୍ଷିନ ନୌସେନା କମାଣ୍ଡରୁ ୩ଟା ଏବଂ ବାକି ୩ଟି ଆଣ୍ଡାମାନ, ନିକୋବରରୁ ଆସିବ । ବହୁ ସଂଖ୍ୟରେ ଭାରତୀୟ ଥିବାରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଆମକୁ ୧୪ଟି ଜାହାଜ ପ୍ରସ୍ତୁତ ରଖିବାକୁ ପଡ଼ିଛି।’

ସେ ଆହୁରି ବି କହିଛନ୍ତି ଯେ ପ୍ରତିରକ୍ଷା କର୍ମଚାରୀ ଓ ବୈଦେଶିକ ବ୍ୟାପାର ମନ୍ତ୍ରାଳୟରର ସହଯୋଗରେ ଭାରତୀୟ ନୌସେନା ସଦା ପ୍ରସ୍ତୁତ ରହିଛି।

କେବଳ ସେତିକି ନୁହେଁ, ଗଲ୍‌ଫ ଦେଶରେ ଫଶି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ଭାରତ ଇଣ୍ଡିଆନ୍‌ ଏୟାର୍‌ ଫୋର୍ସ ଏବଂ ଏୟାର୍‌ ଇଣ୍ଡିଆର ବିମାନକୁ ନିୟୋଜିତ କରିବାର ଯୋଜନା ରହିଛି।

ସମ୍ବନ୍ଧିତ ଖବର