ପାଟିରେ ୧୫୦ଟି ଜଳନ୍ତା କ୍ୟାଣ୍ଡେଲ ଧରି ଗିନିଜ ବୁକରେ ସ୍ଥାନ ପାଇଲେ ରଶ୍

ୱାସିଂଟନ୍:  ପାଟିରେ ୧୫୦ଟି ଜଳନ୍ତା କ୍ୟାଣ୍ଡେଲ ଧରି ଗିନିଜ ୱାର୍ଲ୍ଡ ରେକର୍ଡ କରିଛନ୍ତି ଏହି ବ୍ୟକ୍ତି । ୩୦ ସେକେଣ୍ଡ ପାଇଁ ପାଟିରେ ଧରି ଗିନିଜ ୱାର୍ଲ୍ଡ ରେକର୍ଡ କରିଛନ୍ତି ଆମେରିକାର ଏହି ବ୍ୟକ୍ତି । ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଡେଭିଡ ରଶ୍ ପୂର୍ବରୁ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ (ଏସଟିଇଏମ୍) ଅଧ୍ୟୟନ ପାଇଁ ୨୫୦ଟି ରେକର୍ଡ ଭାଙ୍ଗିସାରିଛନ୍ତି ।

ନୂଆ ରେକର୍ଡକୁ ନେଇ ରଶ୍ କହିଛନ୍ତି, “ମହମବତିଗୁଡ଼ିକ ଅତ୍ୟଧିକ ଭାରୀ ଥିଲା ଏବଂ ସେଗୁଡିକୁ ମୋ ପାଟିରେ ରଖିବାକୁ ପ୍ରାୟ ୧୦ ମିନିଟ୍ ଲାଗିଥିଲା। ସେଥିପାଇଁ ପାଟିରେ ଲାଳ ଭର୍ତ୍ତି ହୋଇ ଯାଇଥିଲା । ଫଳରେ ମହମବତିଗୁଡ଼ିକ ପାଟିରେ ରହୁ ନଥିଲା ଓ  ପାଟିରୁ ଖସିପଡିଥିଲା।”  ସେ ଆହୁରି ମଧ୍ୟ କହିଛନ୍ତି, ମାତ୍ର କେଇ ସେକେଣ୍ଡ ପରେ ମୁଁ ଅନୁଭବ କଲି ଯେ ସେଗୁଡ଼ିକ ଖସି ପଡୁଛି, ତେଣୁ ମୁଁ ତାଙ୍କୁ ଦାନ୍ତରେ ଜୋରରେ ଚାପି ଧରିବାକୁ ଚେଷ୍ଟା କଲି। ରଶ୍ ନିଜେ ତିନି ଦିନ ପୂର୍ବରୁ ୟୁଟ୍ୟୁବରେ ଏକ ଭିଡିଓ କରି ଏହାର ଅଭ୍ୟାସ କରିଥିଲେ। ସେଥିରେ ଦେଖିବାକୁ ମିଳିଥିଲା କି  ପ୍ରଥମେ ରଶ୍ ତାଙ୍କ ପାଟିରେ ମହମବତି ଧରୁଛନ୍ତି ପରେ ସେସବୁକୁ ଗଣୁଛନ୍ତି ଏବଂ ଶେଷରେ ତାଙ୍କ ବନ୍ଧୁଙ୍କ ସାହାଯ୍ୟରେ ସେସବୁକୁ ନିଆଁ ଲଗାଇ ଦେଉଛନ୍ତି । ଗିନିଜ୍ ବୁକ୍ ଅଫ୍ ଓ୍ଵାର୍ଲ୍ଡ ରେକର୍ଡ ତାର ଅଫିସିଅଲ୍ ହ୍ୟାଣ୍ଡେଲରୁ ଏହା ଉପରେ ମନ୍ତବ୍ୟ ଦେଇ କହିଛି କି ଏହି ରେକର୍ଡ ଏକ ନିଆଁ ଭଳି ଅଟେ ।

ଜିଡବ୍ଲୁଆରର ତଥ୍ୟ ଅନୁସାରେ, ପୂର୍ବରୁ ଆମେରିକାର ଗାରେଟ୍ ଜେମ୍ସ ନାମକ ଜଣେ ବ୍ୟକ୍ତି ତାଙ୍କ ପାଟିରେ ୧୦୫ଟି ଜଳୁଥିବା ମହମବତୀ ରଖି ରେକର୍ଡ ରଖିଥିଲେ ଯାହା ରଶ ତାଙ୍କ ରେକର୍ଡରୁ ଭାଙ୍ଗି ଦେଇଛନ୍ତି।

ସମ୍ବନ୍ଧିତ ଖବର