କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଆଜି ସନ୍ଧ୍ୟାରେ ଶକ୍ତିଶାଳୀ ବୋମା ବିସ୍ଫୋରଣ ଯୋଗୁଁ ୧୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। କଡ଼ା ସୁରକ୍ଷା ବଳୟରେ ରହୁଥିବା ଦୁତାବାସ ଅଂଚଳ ସହ ସଂଲଗ୍ନ ଜନଗହଳିପୂର୍ଣ୍ଣ ରାଜପଥରେ ଏହି ବିସ୍ଫୋରଣ ଘଟିଥିବାରୁ ଆତଙ୍କ ଖେଳିଯାଇଛି । ଆତଙ୍କବାଦୀ ସଂଗଠନ ଇସ୍୍ଲାମିକ ଷ୍ଟେଟ୍ ଏଥିପାଇଁ ନିଜକୁ ଦାୟୀ କରିଥିବା ବେଳେ ସହରରେ ସୁରକ୍ଷା ବଢ଼ାଇ ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଦୂତାବାସ ଅଂଚଳରେ ଅଧିକ ଆକ୍ରମଣ ଆଶଙ୍କା ଥିବାରୁ ସେନା ସମଗ୍ର ଅଂଚଳକୁ ଘେରି ରହିଛନ୍ତି। ଆତଙ୍କବାଦୀମାନେ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟାଇଥିବା ପୁଲିସ ସନ୍ଦେହ କରୁଛି। ବିସ୍ଫୋରଣରେ ଅନେକ ଯାନବାହନ ଛାରଖାର ହୋଇଯାଇଛି । ନିକଟରେ କାବୁଲରେ ଏକ ସିହା ମସ୍ଜିଦରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣ ଯୋଗୁଁ ୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଆଜିର ବିସ୍ଫୋରଣ ଅଫିସରୁ ଫେରୁଥିବା ସରକାରୀ କର୍ମଚାରୀଙ୍କୁ ଟାର୍ଗେଟ୍ କରି କରାଯାଇଥିବା ଜଣାପଡ଼ିଛି ।