ଗାଁ ଗାଁରେ ପହଂଚିବ ଇଣ୍ଟରନେଟ, ଭାରତନେଟ ପାଇଁ ୧୯ ହଜାର କୋଟି ମଞ୍ଜୁର

ନୂଆଦିଲ୍ଲୀ: ଏଣିକି ଗାଁ ଗାଁ ରେ ପହଂଚିବ ଇଣ୍ଟରନେଟ | ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟର ବୈଠକରେ ଦେଶର ୧୬ ଟି ରାଜ୍ୟରେ ଭାରତନେଟ ପାଇଁ ୧୯,୦୪୧ କୋଟି ଟଙ୍କାର ପାଣ୍ଠିକୁ ମଞ୍ଜୁର କରାଯାଇଛି | ଦେଶର ୧୬ ଟି ରାଜ୍ୟର ଗ୍ରାମକୁ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସୁବିଧା ଯୋଗାଇବା ପାଇଁ ପିପିପି ମଡେଲ ମାଧ୍ୟମରେ ଭାରତନେଟ କାର୍ଯ୍ୟକାରିତା ରଣନୀତିକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି।


କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି ଯେ ଇନଫର୍ମେଶନ ହାଇୱେରେ ପ୍ରତ୍ୟେକ ଗ୍ରାମରେ ପହଞ୍ଚିବା ପାଇଁ ସରକାର ଏହି ଦିଗରେ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଗତବର୍ଷ ଅଗଷ୍ଟ ୧୫ ରେ, ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ ଯେ ୧୦୦୦ ଦିନ ମଧ୍ୟରେ ୬ ଲକ୍ଷ ଗାଁ ଭାରତନେଟ ମାଧ୍ୟମରେ ଅପ୍ଟିକାଲ ଫାଇବର ବ୍ରଡବ୍ୟାଣ୍ଡ ପାଇବ।

ସମ୍ବନ୍ଧିତ ଖବର