ଜାମ୍ମୁ କାଶ୍ମୀରରେ ସେନାର ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ବୁଧବାର ଦିନ ଜାମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷାବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଥିବା ବେଳେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେନା ଅଧିକାରୀ କହିବାନୁସାରେ, କୁଲଗାମ ଜିଲ୍ଲାର ଚିମର ଗ୍ରାମରେ ଆତଙ୍କବାଦୀମାନେ ଲୁଚି ରହିଥିବା ଗୁଇନ୍ଦା ସୂଚନା ମିଳିଥିଲା | ଆଉ ଗୁଇନ୍ଦା ସୂଚନାକୁ ଆଧାର କରି ସୁରକ୍ଷାକର୍ମୀ ସେହି ଗ୍ରାମରେ ସର୍ଚ୍ଚ ଅପରେସନ କରିଥିଲେ | ଏହି ସମୟରେ ସେଠାରେ ଲୁଚି ରହିଥିବା ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ।

ସୁରକ୍ଷାବାହିନୀ ମଧ୍ୟ ଏହାର କଡା ଜବାବ ଦେଇଥିଲା । ଏହି ଏନକାଉଣ୍ଟରରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିବାବେଳେ ଅନ୍ୟ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଛି । ସୂଚନା ଥାଉ କି ଗତକାଲି ଜାମ୍ମୁ କାଶ୍ମୀରର ମାଲୁରା ପାରିମ୍ପୋରା ଅଂଚଳରେ ସେନାବାହିନୀ ପକ୍ଷରୁ ହୋଇଥିବା ଏନକାଉଣ୍ଟରରେ ଜଣେ ଲସ୍କର କମାଣ୍ଡରଙ୍କ ସମେତ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ ।

ଏହି ଏନକାଉଣ୍ଟରରେ ସେନାବାହିନୀର ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ସବ୍ ଇନ୍ସପେକ୍ଟର ଏବଂ ଜଣେ ସିଆରପିଏଫ ଯବାନ ମଧ୍ୟ ଆହତ ହୋଇଥିଲେ । ଏହି ଏନକାଉଣ୍ଟରରେ ପାକିସ୍ତାନୀ ଆତଙ୍କବାଦୀ ତଥା ଲସ୍କର ଏ ତଇବାର ଟପ କମାଣ୍ଡର ଅବରାର ସମେତ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ ।

ସମ୍ବନ୍ଧିତ ଖବର