ଜମ୍ମୁ ଓ କଶ୍ମୀରକୁ ଚାଲି ଆସିଥିବା ପାକିସ୍ତାନ ଅଧିକୃତ କଶ୍ମୀରର ଦୁଇ ଝିଅଙ୍କୁ ଫେରାଇ ଦେବାକୁ ଉଦ୍ୟମ ଚାଲିଛି

ଆତଙ୍କବାଦୀଙ୍କ ଗୁଳି ଚୋଟରେ ଜଣେ ପୁଲିସ ଓ ଜଣେ ସାଧାରଣ ନାଗରିକ ଆହତ

ପୁଞ୍ଚ: ରବିବାର ଭୋର୍‌ ସମୟରେ ପାକିସ୍ତାନ ଅଧିକୃତ କଶ୍ମୀରର ଦୁଇଜଣ ନାବାଳିକା ଭୁଲ୍ ‌କ୍ରମେ ଜମ୍ମୁ ଓ କଶ୍ମୀରର ପୁଞ୍ଚ୍‌ ସେକ୍ଟର ଅନ୍ତର୍ଗତ ଭାରତୀୟ ଅଞ୍ଚଳକୁ ପଶି ଆସିଛନ୍ତି।

ନିୟନ୍ତ୍ରଣ ରେଖା ନିକଟରେ ମୁତୟନ ହୋଇଥିବା ଭାରତୀୟ ଯବାନମାନେ ଏ କଥା ଦେଖିଥିଲେ। ଫର୍‌ଓ୍ଵାର୍ଡ କଠୁଆ ତହସିଲ୍‌ ଅନ୍ତର୍ଗତ ଆବ୍ଦାସପୁର ଗ୍ରାମର ସେ ଦୁଇ ଝିଅଙ୍କର ଯେପରି କୌଣସି ଅସୁବିଧା ନ ହୁଏ,ସେଥିପ୍ରତି ଭାରତୀୟ ଯବାନମାନେ ଧ୍ୟାନ ଦେଇଥିଲେ।

ସେ ଦୁଇ ଝିଅ ହେଉଛନ୍ତି ୧୭ ବର୍ଷୀୟ ଲୈବା ଜବୈର୍‌ ଏବଂ ୧୩ ବର୍ଷୀୟ ସାନା ଜାବୈର୍‌।

ଦୁଇ ନାବାଳିକାଙ୍କୁ ଯଥାଶୀଘ୍ର ସେମାନଙ୍କ ଗାଁକୁ ଫେରାଇ ଦେବା ନିମନ୍ତେ ଉଦ୍ୟମ କରାଯାଉଥିବା କଥା ଜଣାପଡ଼ିଛି।

Image Courtesy of Hindustan Times

ଅନ୍ୟ ଏକ ଘଟଣାରେ ଆଜି ଜମ୍ମୁ ଓ କଶ୍ମୀରର ଶ୍ରୀନଗର ଅନ୍ତର୍ଗତ ପୁରୁଣା ସହର ଅଞ୍ଚଳରେ ଥିବା ଏକ ପୋଲିସ୍‌ ଚେକ୍‌ପଏଣ୍ଟ୍‌ରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ଜଣେ ପୁଲିସ କର୍ମଚାରୀ ଏବଂ ଜଣେ ସାଧାରଣ ନାଗରିକ ଆହତ ହୋଇଛନ୍ତି। ପୁରୁଣା ସହରର ସାଜଗରିପୋରା ଅଞ୍ଚଳରେ ଘଟଣାଟି ଘଟିଥିବା ସରକାରୀ ଅଧିକାରୀମାନେ କହିଛନ୍ତି।

ଆହତ କନେଷ୍ଟବଳ ଏବଂ ସାଧାରଣ ନାଗରିକଙ୍କୁ ନିକଟରେ ଥିବା ଶେର୍‌-ଇ-କଶ୍ମୀର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ହସ୍ପିଟାଲ୍‌କୁ ନିଆଯାଇଛି। ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କଥା ଜଣାପଡ଼ିଛି।

ଘଟଣା ପରେ ସମ୍ପୃକ୍ତ ଅଞ୍ଚଳକୁ କର୍ଡନ କରାଯାଇ ତଲାସ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର