ଦୁଇ ବର୍ଷିଆ ଝିଅକୁ ଘରୁ ଭିଡ଼ି ନେଇ ଖାଇଗଲେ ପଲେ କୁକୁର

ଗାଜିଆବାଦ: ଗାଗିଅାବାଦ୍ ମୋଦିନଗର ଅନ୍ତର୍ଗତ ଗୋବିନ୍ଦ ପୁରୀ ଅଞ୍ଚଳରେ ଅବସ୍ଥିତ ଭୀମ ନଗର କଲୋନିରେ ପଲେ କୁକୁର ଏକ ୨ ବର୍ଷିଆ ଝିଅକୁ ଖାଇ ଦେବା ଭଳି ଭୟାବହ ଘଟଣା ଘଟିଥିବା କଥା ଆଜି ଅଧିକାରୀମାନେ କହିଛନ୍ତି।

ସୋମବାର ଦିନ ଭୀମନଗର କଲୋନିରେ ଥିବା ଗୋଟାଏ ଦୁଇ ତାଲା ବିଶିଷ୍ଟ ଘରୁ ବୁଲା କୁକୁରମାନେ ଜଣଙ୍କର ଟିକି ଝିଅକୁ ନେଇ ଯାଇ ଏକ ଆଖୁ କିଆରିରେ ଖାଇଥିଲେ ବୋଲି ମୋଦିନଗର ସବ୍‌ ଡିଭିଜିନାଲ୍‌ ମାଜିଷ୍ଟ୍ରେଟ୍‌ ପବନ ଅଗରଓ୍ଵାଲ୍‌ କହିଛନ୍ତି।

ଏଥିରେ ଉତ୍‌କ୍ଷିପ୍ତ ତଥା ମର୍ମାହତ ହୋଇ ସେ ଅଞ୍ଚଳର ଉତ୍ତ୍ୟକ୍ତ ଜନତା ପ୍ରତିବାଦ ଜଣାଇବା ପୂର୍ବକ ମୋଦିନଗର ମ୍ୟୁନିସିପାଲିଟି ବିରୋଧରେ ସ୍ଲୋଗାନ୍‌ ଦେଇଥିଲେ।

କୁକୁର ଆକ୍ରମଣ ଜନିତ ସମସ୍ୟାର ସମାଧାନ ପାଇଁ ଅଗରଓ୍ଵାଲ୍‌ କହନ୍ତି: କାଲିର ଶିଶୁକନ୍ୟା ମୃତ୍ୟୁ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି ବୁଲା କୁକୁରଗୁଡ଼ିକୁ ଧରିବା ନିମନ୍ତେ ମ୍ୟୁନିସିପାଲିଟି କର୍ମଚାରୀମାନଙ୍କୁ ଆଦେଶ ଦିଆଯାଇଛି। ଏଥିପାଇଁ ଏକ ଅଭିଯାନ ଆରମ୍ଭ ହୋଇ ଟ୍ରାଙ୍କ୍ୟୁଲାଇଜର୍‌ ମରାଯାଇ ଅନେକ କୁକୁରଙ୍କୁ ଧରା ଗଲାଣି।

ସମ୍ବନ୍ଧିତ ଖବର