କରୋନାଭାଇରସ୍ ମହାମାରୀ ଘୋଷଣା ହେବାର ୯ ମାସ ମଧ୍ୟରେ ଭାରତରେ ଜନ୍ମ ହେବେ ରେକର୍ଡ ସଂଖ୍ୟକ ୨୦ ନିୟୁତ ଶିଶୁ: ୟୁ‌ନିସେଫ୍

ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ଘୋଷିତ ହେବାର ୯ ମାସ ମଧ୍ୟରେ ଭାରତରେ ସର୍ବାଧିକ ଶିଶୁ ଜନ୍ମ ହେବେ ବୋଲି ‘ୟୁନିସେଫ୍’ ଆକଳନରୁ ଜଣାପଡ଼ିଛି। ଅର୍ଥାତ୍ ମାର୍ଚ ମାସରୁ ଡିସେମ୍ବର ମାସ ମଧ୍ୟରେ ଭାରତରେ ୨୦ ନିୟୁତରୁ ଅଧିକ ଶିଶୁ ଜନ୍ମ ଗ୍ରହଣ କରିବେ।

ମେ ୧୦ ତାରିଖରେ ପଡୁଥିବା ମାତୃ ଦିବସ ଅବ୍ୟବହିତ ପୂର୍ବରୁ ୟୁନାଇଟେଡ୍ ନେସନ୍‌ସ୍ ଚିଲ୍‌ଡ୍ରେନ୍ସ୍ ଫଣ୍ଡ୍ (ୟୁନିସେଫ୍) ବୁଧବାର ଦିନ କହିଛି ଯେ କରୋନାଭାଇରସ୍ ବିପତ୍ତି ସମୟରେ ବିଶ୍ବରେ ପ୍ରାୟ ୧୧୬ ନିୟୁତ ଶିଶୁ ଜନ୍ମ ନେବେ। ମାର୍ଚ ୧୧ ତାରିଖ ଦିନ କରୋନାଭାଇରସ୍ ମହାମାରୀ ରୂପେ ଚିହ୍ନିତ ହେବାର ୪୦ ସପ୍ତାହ ମଧ୍ୟରେ ଏହି ଶିଶୁମାନେ ଜନ୍ମ ଗ୍ରହଣ କରିବେ ବୋଲି ଆକଳନ କରାଯାଇଛି।

Image Source: The Indian Express

ମହାମାରୀ ଘୋଷଣା ହେବାର ଠିକ୍ ୯ ମାସ ପୂରି‌ବା ସମୟରେ ଭାରତରେ ସର୍ବାଧିକ ଶିଶୁ ଜନ୍ମ ଗ୍ରହଣ କରିବେ। ଏହି ସମୟ ଅର୍ଥାତ୍ ମାର୍ଚ ୧୧ ଓ ଡିସେମ୍ବର ୧୬ ମଧ୍ୟରେ ଭାରତରେ ୨୦.୧ ନିୟୁତ ‌ଶିଶୁ ଜନ୍ମ ହେବେ ବୋଲି ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ ଚୀନ୍‌ରେ ୧୩. ୫ ନିୟୁତ, ନାଇଜେରିଆରେ ୬. ୪ ନିୟୁତ, ପାକିସ୍ତାନରେ ୫ ନିୟୁତ ଏବଂ ଇଣ୍ଡୋନେସିଆରେ ୪ ନିୟୁତ ଶିଶୁ ଜନ୍ମ ନେବେ ବୋଲି କଳନା କରାଯାଇଛି।

ୟୁନିସେଫ୍ କହିଛି ଯେ ନୂଆ ମାଆ ଓ ନବଜାତକମାନଙ୍କୁ ସ୍ବାଗତ କରିବ ପ୍ରତିକୂଳ ପରିସ୍ଥିତି। କାରଣ ଏହି ସମୟରେ ବିଶ୍ବବ୍ୟାପୀ ଲକ୍‌ଡାଉନ୍ ଓ କର୍ଫ୍ୟୁ ଭଳି ପରିସ୍ଥିତି ରହିଥିବ। ସ୍ବାସ୍ଥ୍ୟକେନ୍ଦ୍ର ସବୁ କରୋନାଭାଇରସ୍ ମୁକାବି‌ଲାରେ ବ୍ୟସ୍ତ ଥିବେ। ଯୋଗାଣ ଓ ସାମଗ୍ରୀ ନିଅଣ୍ଟିଆ ଥିବ। ଧାଈ ସମତେ କୁଶଳୀ ସ୍ବାସ୍ଥ୍ୟକର୍ମୀଙ୍କ ଅଭାବ ଥିବ। ମାତୃତ୍ବର ଭୂମିକାକୁ କରୋନାଭାଇରସ୍ ମହାମାରୀ କେମିତି ବଦଳାଇ ଦେଇଥିବା ତାହା ଅକଳ୍ପନୀୟ।

 

ସମ୍ବନ୍ଧିତ ଖବର