ଦୁଇଟି ସାର୍ଟ ଚୋରି କରିଥିବାରୁ ୨୦ ବର୍ଷ ଜେଲ ଦଣ୍ଡ ଭୋଗିଲେଣି ଏହି ବ୍ୟକ୍ତି

କାଲିଫର୍ଣ୍ଣିଆ: ଦୁଇଟି ସାର୍ଟ ଚୋରି ପାଇଁ ୨୦ ବର୍ଷ ଜେଲ ଦଣ୍ଡ ଭୋଗିଲେଣି ଜଣେ ବ୍ୟକ୍ତି | କଥାଟି ଶୁଣିବାକୁ ଟିକେ ଅଜବ ଲାଗୁଥିଲେ ବି ଏକଥା ଏକଦମ ସତ | ତେବେ ୨୦ ବର୍ଷ ଜେଲ ଦଣ୍ଡକୁ ନେଇ ପ୍ରଶ୍ନ ଉଠିଛି ଯେ ଏହା କ’ଣ ଏଭଳି ଏକ ଅପରାଧ ଯାହା ପାଇଁ ଜଣେ ବ୍ୟକ୍ତି ୨୦ ବର୍ଷରୁ ଅଧିକ ଦିନ ଧରି ଦଣ୍ଡ ଭୋଗୁଛନ୍ତି | ତେବେ ଏହା ଭାରତରେ ନୁହେଁ ବରଂ ଆମେରିକାରେ ଘଟିଛି |

ଯେଉଁଠାରେ ଜଣେ ବ୍ୟକ୍ତିଙ୍କୁ ସାମାନ୍ୟ ଅପରାଧ ପାଇଁ ୨୦ ବର୍ଷ କାରାଦଣ୍ଡ ଭୋଗିବା ପରେ ମୁକ୍ତ କରାଯାଇଛି। ଫେବୃଆରୀ ୨୦୦୦ ମସିହାରେ ଗିରଫ ହୋଇଥିବା ଗେ ଫ୍ରାଙ୍କ ନାମକ ବ୍ୟକ୍ତିଙ୍କୁ ଦୁଇଟି ସାର୍ଟ ଚୋରି ଅଭିଯୋଗରେ ଦଣ୍ଡିତ କରାଯାଇଥିଲା। ତେବେ ଇନୋସେନ୍ସ ପ୍ରୋଜେକ୍ଟ ନ୍ୟୁ ଓରଲିଏନ୍ସ ନାମକ ଏକ ଅଭିଯାନ ଅଧୀନରେ କୋର୍ଟ ଫ୍ରାଙ୍କଙ୍କୁ ମୁକ୍ତ କରିଛନ୍ତି।

ଡେଲି ମେଲ ଖବର ଅନୁଯାୟୀ, ୬୭ ବର୍ଷ ଫ୍ରାଙ୍କଙ୍କୁ ୨୦୦୦ ମସିହାରେ ଯେତେବେଳେ ପୁଲିସ ତାଙ୍କୁ ଗିରଫ କରିଥିଲା, ସେତେବେଳେ ସେ ୫୦୦ ଡଲାରରୁ କମ୍ ମୂଲ୍ୟର ସାମଗ୍ରୀ ଚୋରି କରିଥିବା ଅଭିଯୋଗ ହୋଇଥିଲା। କୁହାଯାଉଛି ଯେ ସେତେବେଳେ ଆମେରିକାର ଲୁଇସିଆନରେ ୫୦୦ ଡଲାରରୁ କମ୍ ଚୋରି ଏକ ପ୍ରମୁଖ ଅପରାଧ ଭାବରେ ବିବେଚନା କରାଯାଉଥିଲା ଏବଂ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କ ପାଇଁ ସର୍ବାଧିକ ୨୩ ବର୍ଷ ଦଣ୍ଡବିଧାନ ଥିଲା। ତେଣୁ କୋର୍ଟ ତାଙ୍କୁ ୨୩ ବର୍ଷ ଦଣ୍ଡ ଦେଇଥିଲେ | ତେବେ ‘ଦି ଇନୋସେନ୍ସ ପ୍ରୋଜେକ୍ଟ’ର ଉଦ୍ୟମ ହେତୁ ତାଙ୍କୁ ମୁକ୍ତ କରାଯାଇଛି |

ସମ୍ବନ୍ଧିତ ଖବର