ଏବେ ବି ପାକିସ୍ତାନରେ ସକ୍ରିୟ ରହିଛି ୨୨ ଆତଙ୍କବାଦୀ ଟ୍ରେନିଂ କ୍ୟାମ୍ପ: କୌଣସି ମୁହୂର୍ତ୍ତରେ ଭାରତ ଗ୍ରହଣ କରିପାରେ କାର୍ଯ୍ୟାନୁଷ୍ଠାନ

ଓ୍ଵାଶିଂଟନ / ନୂଆଦିଲ୍ଲୀ: ଏବେ ବି ପାକିସ୍ତାନ ମାଟିରେ ୨୨ଟି ଆତଙ୍କବାଦୀ ଟ୍ରେନିଂ କ୍ୟାମ୍ପ ସକ୍ରି୍ୟ ରହିଛନ୍ତି। ଏହି ୨୨ଟି ମଧ୍ୟରୁ ୯ଟି ଆତଙ୍କବାଦୀ ଟ୍ରେନିଂ କ୍ୟାମ୍ପ ହେଉଛି କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ-ମହମ୍ମଦ (ଜେଇଏମ୍‌)ର। ଅନ୍ୟପକ୍ଷରେ ପାକିସ୍ତାନ ସରକାର ଏଯାବତ୍‌ ଏହି ସମସ୍ତ ଆତଙ୍କବାଦୀ ଟ୍ରେନିଂକ୍ୟାମ୍ପ ବିରୋଧରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ଏ ସଂପର୍କରେ ସମସ୍ତ ତଥ୍ୟ ପ୍ରମାଣ ସହ ଭାରତର ବରିଷ୍ଠ ବୈଦେଶିକ ବ୍ୟାପାର ଅଧିକାରୀ ଓ୍ଵାଶିଂଟନ୍‌ ଠାରେ ଆମେରିକାକୁ ଜଣାଇଛି।

ଏଥିସହ ସେ ସ୍ପଷ୍ଟ କରି ଦେଇଛନ୍ତି ଯେ ଏ ପରିସ୍ଥିତିରେ ଭାରତ ନିଜର ସୁରକ୍ଷାକୁ ଦୃଷ୍ଟିରେ ରଖି ଯେ କୌଣସି ସମୟରେ ସୀମାପାର କରି ଏହି ସମସ୍ତ ଆତଙ୍କବାଦୀ ଟ୍ରେନିଂ କ୍ୟାମ୍ପଗୁଡ଼ିକୁ ଧ୍ୱସଂ କରିଦେଇପାରେ। ‘ଆମେ ପାକିସ୍ତାନ ସହ ଯୁଦ୍ଧ ଚାହୁଁନାହୁଁ। କିନ୍ତୁ, ପାକିସ୍ତାନୀ ସେନା ସମର୍ଥିତ ଏହି ଆତଙ୍କବାଦୀ ଗୋଷ୍ଠୀ ଭାରତରେ ବିଭିନ୍ନ ସମୟରେ ଆତଙ୍କବଦୀ ହାମ୍‌ଲା ଘଟାଇ ଦେଶର ନିରାପତ୍ତାକୁ ବିପନ୍ନ କରିବା ସହ ସାଧାରଣ ଧନଜୀବନକୁ କ୍ଷତି ପହଞ୍ଚାଉଥିବା କାରଣରୁ ଏହି ସବୁ ଆତଙ୍କବାଦୀ ଗୋଷ୍ଠୀଙ୍କ ବିରୋଧରେ ଭାରତ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ କୁଣ୍ଠିତ ହେବ ନାହିଁ। ପାକିସ୍ତାନ ମାଟିରେ ଗଢ଼ି ଉଠିଥିବା ସମସ୍ତ ଆତଙ୍କବାଦୀ ଟ୍ରେନିଂ କ୍ୟାମ୍ପକୁ ସମୂଳେ ଧ୍ୱଂସ କରିବା ପର୍ଯ୍ୟନ୍ତ ଭାରତ ଫେବ୍ରୁଆରି ୨୪ ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ପରି ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରଖିବ’ ବୋଲି ଏହି ଅବସରରେ ଓ୍ଵାଶିଂଟନ ଠାରେ ସ୍ପଷ୍ଟ କରି ଦେଇଛନ୍ତି ଭାରତର ବରିଷ୍ଠ ବୈଦେଶିକ ବ୍ୟାପାର ଅଧିକାରୀ।

ସମ୍ବନ୍ଧିତ ଖବର