ଆମେରିକାରେ ୨୨ ଶହ ମୃତ ‘୧ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇପାରେ’

ୱାସିଂଟନ: ଆମେରିକାରେ କରୋନା ଭାଇରସ୍‌ ଭୟାନକ ସ୍ଥିତି ସୃଷ୍ଟି କରିଥିବା ବେଳେ ଆଜି ମୃତ୍ୟୁ ସଂଖ୍ୟା ୨୨୦୦ ଛୁଇଁଛି। ଅନ୍ୟପକ୍ଷରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୫ ହଜାରରେ ପହଞ୍ଚିଯାଇଛି ଏବଂ ୧୦୯୫ ଲୋକ ରୋଗମୁକ୍ତ ହୋଇଛନ୍ତି। ଆମେରିକାରେ ସବୁଠୁ ଅଧିକ ମାମଲା ନ୍ୟୁୟର୍କରୁ ସାମ୍ନାକୁ ଆସିଛି। ଏଠାରେ ଏ ପର୍ଯ୍ୟନ୍ତ କରୋନାରେ ୬୭୫ ଜଣଙ୍କ ମୃତ୍ୟୁ ଘଟିଛି । କରୋନାକୁ ନେଇ ଆଜି ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ କହିଛନ୍ତି ଯେ ଏଥିପାଇଁ ଆମେରିକୀୟମାନଙ୍କୁ କ୍ବାରାଣ୍ଟିନ୍‌ର ଆବଶ୍ୟକ ନାହିଁ। ଅନ୍ୟପକ୍ଷରେ ଆମେରିକାର ବିଶିଷ୍ଟ ଭୂତାଣୁ ସଂକ୍ରମଣ ବିଶେଷଜ୍ଞ ଡ. ଆନ୍ଥୋନି ଫୁଚି କହିଛନ୍ତି ଯେ କରୋନା ଭାଇରସ୍‌ ଯୋଗୁଁ ଆମେରିକାରେ ପ୍ରାୟ ୧୦ ଲକ୍ଷ ଆକ୍ରାନ୍ତ ହୋଇପାରନ୍ତି ଏବଂ ୧ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇପାରେ ।

ସମ୍ବନ୍ଧିତ ଖବର