ପଟିଆଲା ମେଡିକାଲ କଲେଜରେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ କରୋନା ସଂକ୍ରମିତ, ଲକ୍ଷ୍ନୌ‌ରେ ୨୫ ଡାକ୍ତରୀ କର୍ମଚାରୀଙ୍କୁ କରୋନା

ଚଣ୍ଡିଗଣ୍ଡ: ଦେଶରେ କରୋନା ସଂକ୍ରମଣ ପୁଣି ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ପଞ୍ଜାବର ପଟିଆଲାରେ କରୋନାର ବିସ୍ଫୋଟକ ରୂପ ଦେଖିବାକୁ ମିଳିଛି । ସହରରେ ଥିବା ରାଜେନ୍ଦ୍ର ମେଡିକାଲ କଲେଜରେ ୧୦୦ ରୁ ଅଧିକ ଛାତ୍ରଛାତ୍ରୀ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । କରୋନା ବିସ୍ଫୋରଣ ହେବା ପରେ ମେଡିକାଲ କଲେଜର ହଷ୍ଟେଲକୁ ଖାଲି କରିଦିଆଯାଇଛି । ଅନ୍ୟପଟେ କୋଭିଡ ସ୍ଥିତି ସମୀକ୍ଷା ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଜରୁରୀକାଳୀନ ବୈଠକ ଡାକିଛନ୍ତି । ଏହି ବୈଠକରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରାଯିବା ଉପରେ ନିଷ୍ପତ୍ତି ହୋଇପାରେ ବୋଲି ଆକଳନ କରାଯାଉଛି ।

ପଞ୍ଜାବରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପଠାନକୋଟ୍ ଓ ପଟିଆଲାରୁ ସବୁଠାରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ଦୁଇଟି ଜିଲ୍ଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଙ୍ଗନବାଡୀରୁ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ଘରୋଇ ସ୍କୁଲଗୁଡିକୁ ସରକାର ବନ୍ଦ କରିଦେଇଛନ୍ତି ।ଡିସେମ୍ବର ୨୯ ତାରିଖରୁ ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ ୧୬୫୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରୁ ସର୍ବାଧିକ ପଟିଆଲାରୁ ୮୦୦ ମାମଲା ରହିଛି । ଏସବୁକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଧିରେ ଧିରେ କଟକଣା କଡାକଡି କରାଯାଉଛି ।

indiatoday

ଅନ୍ୟପକ୍ଷରେ, ଉତ୍ତରପ୍ରଦେଶର ଲକ୍ଷ୍ନୌ‌ରେ ଥିବା ମେଦାନ୍ତ ହସ୍ପିଟାଲରେ ଡାକ୍ତର ଏବଂ ପାରାମେଡିକ୍ସଙ୍କ ସମେତ ୨୫ଜଣ ଡାକ୍ତରୀ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି।

ସମ୍ବନ୍ଧିତ ଖବର