୩୦୦ ଟନ୍‌ ବିଷ୍ଣୁ ପ୍ରତିମାକୁ ବୋହି ୩ ଦିନରେ ୩୦୦ ମିଟର୍‌ ଚାଲିଲା ୨୪୦ ଚକିଆ ଟ୍ରେଲର୍‌ ଟ୍ରକ୍‌

ଚେନ୍ନାଇ: ବନ୍ଦବାସି ତାଲୁକ ଅନ୍ତର୍ଗତ କୋରାକ୍କୋଟ୍ଟାଇ ଗାଁ’ରେ ଗୋଟାଏ ମୁଣ୍ଡିଆ ପାହାଡ଼ରେ ଖୋଦେଇ କରାଯାଇଥିବା ମୁଗୁନି ପଥରର ବିଶ୍ୱରୂପା ମହାବିଷ୍ଣୁଙ୍କ ବିଗ୍ରହକୁ ଏକ ୨୪୦ ଚକିଆ ଟ୍ରେଲର୍‌ରେ ଲଦା ଯିବା ପରେ ଗତ ୩ ଦିନରେ ପଥର ଖାଦାନ ଠାରୁ ପ୍ରାୟ ୩୦୦ ମିଟର୍‌ ଦୂରକୁ ଯାଇପାରିଛି।

ବିଗ୍ରହ ପରିବହନ ସମୟରେ ଟ୍ରେଲର୍‌ ଟ୍ରକ୍‌ର ଦୁଇଟି ଟାୟାର୍‌ ପଙ୍କ୍‌ଚର୍‌ ହୋଇଯିବାରୁ ତାହାକୁ ବଦଳାଯାଇଥିଲା।

ତିରୁବନ୍ନମାଲାଇର କଲେକ୍ଟର୍‌ କେ ଏସ୍‌ କନ୍ଦସାମି କହନ୍ତି: ପ୍ରତିମାଗୁଡ଼ିକୁ (୨୪୬ ଟନ୍‌ ଓଜନବିଶିଷ୍ଟ ବିଷ୍ଣୁ ଏବଂ ସାତଫେଣିଆ ଆଦିଶେଷ) ୫୦ ଦିନ ମଧ୍ୟରେ ସ୍ଥାନାନ୍ତର କରାଯିବ। ବିଗ୍ରହ ପରିବହନ ସୁବିଧା କରାଇବା ନିମନ୍ତେ ସରକାରଙ୍କ ଦ୍ୱାରା ନିଯୁକ୍ତ କୋଠାନ୍ଦ୍ରମସ୍ୱାମୀ ଚାରିଟେବଲ୍‌ ଟ୍ରଷ୍ଟ୍‍ର ନୋଡାଲ୍‌ ଅଫିସର ହେଉଛନ୍ତି କେ ଏସ୍‌ କନ୍ଦସାମି। ସେ ଶୁକ୍ରବାର ଦିନ ଘଟନାସ୍ଥଳରେ ପହଞ୍ଚି ମନ୍ଦିର ପ୍ରଶାସନ ସହ ପ୍ରସ୍ତୁତି ବିଷୟରେ ଅନୁସନ୍ଧାନ କରିଥିଲେ।

ମୁମ୍ବାଇର ପହରିବହନ ଫାର୍ମ ରେଶ୍‌ମାସିଂହ ଗ୍ରୁପ୍‌ର ୩୦ ସଦସ୍ୟ ବିଶିଷ୍ଟ କ୍ରୁ ଖାଦନରୁ ତେଲ୍ଲା-ଦେସୁର୍‌ ରୋଡ୍‌ ମଧ୍ୟରେ ଥିବା କର୍ଦମାକ୍ତ ଅଞ୍ଚଳରେ ନୟାନ୍ତ ହୋଇ ପଡୁଛନ୍ତି।

ନିକଟ ଅତୀତରେ ବର୍ଷା ହୋଇଥିବାରୁ ତାଙ୍କର କାମ ଆହୁରି କଷ୍ଟକର ହୋଇଯାଇଥିଲା।

ପ୍ରଥମ ୫୦ ମିଟର ଅତିକ୍ରମ କରି ତେଲ୍ଲାର-ଦେସୁର ରୋଡ୍‌କୁ ଉଠିଗଲେ ତେଣିକି ଗାଡ଼ି ସ୍ୱାଭାବିକ ବେଗରେ ବିନା କୌଣସି ସମସ୍ୟାରେ ଚାଲିବ ବୋଲି କହିଛନ୍ତି ରେଶ୍‌ମାସିଂହର ପରିଚାଳକ ରାଜନ ବାବୁ। ରବିବାର ଦିନ ସେମାନେ ମୁଖ୍ୟ ରାସ୍ତାକୁ ଉଠିବେ ବୋଲି ଆଶାପୋଷଣ କରିଛନ୍ତି।

ସମ୍ବନ୍ଧିତ ଖବର