ଦେଶରେ ୩୯ ହଜାର ନୂଆ ଆକ୍ରାନ୍ତ, ୫୪୯ ମୃତ

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟାରେ ଦେଶରେ ପ୍ରାୟ ୩୯ ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଦେଶର ଦୈନିକ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ୫୪୯କୁ ହ୍ରାସ ପାଇଛି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ( ଶୁକ୍ରବାର ଦିନ ୮ଟା ସୁଦ୍ଧା) ଦେଶରେ ୩୮,୯୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫୪୯ ଜଣ ମୃତ୍ୟୁବରଣ କରିଛନ୍ତି । ତେବେ ଏହି ୨୪ ଘଣ୍ଟାରେ ଦେଶରେ ପ୍ରାୟ ୪୦୦୨୬ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୧୦ ଲକ୍ଷକୁ ବୃଦ୍ଧି ପାଇଛି । ସେହିପରି ମୃତ୍ୟୁସଂଖ୍ୟା ୪,୧୨,୫୩୧ ଓ ମୋଟ ଆରୋଗ୍ୟ ସଂଖ୍ୟା ୩,୦୧,୮୩,୮୭୬ ରେ ପହଞ୍ଚିଛି । ତେବେ ଏବେ ବି ଦେଶରେ ୪,୩୦,୪୨୨ ସକ୍ରିୟ ଆକ୍ରାନ୍ତ ଅଛନ୍ତି ଯାହାକି ମୋଟ ଆକ୍ରାନ୍ତ ସଂଖ୍ୟାର ୧.୩୯ ପ୍ରତିଶତ । ସେହିପରି ଦେଶର ସାପ୍ତାହିକ ପଜିଟିଭିଟି ହାର ଏବେ ୨.୧୪ ପ୍ରତିଶତ ରହିଛି । ସେହିପରି ଆରୋଗ୍ୟ ହାର ୯୭.୨୮ ପ୍ରତିଶତକୁ ବୃଦ୍ଧି ପାଇଛି ।

ଅନ୍ୟପକ୍ଷରେ ଗତ କାଲି ଦେଶରେ ମୋଟ ୩୮ ଲକ୍ଷ ୭୮ ହଜାର ଲୋକଙ୍କୁ ଟିକା ଦିଆଯାଇଛି । ଏହାକୁ ମିଶାଇ ଦେଶରେ ଏବେ ୩୯,୫୩,୪୩,୭୬୭ ଜଣଙ୍କୁ ଟିକା ଦିଆଯାଇଛି ।

ସମ୍ବନ୍ଧିତ ଖବର