ଓଲଟି ପଡିଲା ପିକଅପ ଗାଡି, ୪ ଜଣଙ୍କର ମୃତ୍ୟୁ

ରାୟପୁର: ଛତିଶଗଡର ସୁରଜପୁର ଜିଲ୍ଲାରେ ଶୁକ୍ରବାର ଦିନ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି | ଦ୍ରୁତ ଗତିରେ ଆସୁଥିବା ଏକ ପିକଅପ୍ ଗାଡି ନିୟନ୍ତ୍ରଣ ହରାଇବାରୁ ଓଲଟି ପଡିଥିଲା | ଏହି ସଡ଼କ ଦୁର୍ଘଟଣାରେ ତିନିଜଣ ମହିଳାଙ୍କ ସମେତ ଚାରି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୪ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ତିନିଜଣଙ୍କୁ ସୁରଜପୁରରୁ ଅମ୍ବିକାପୁର ଡାକ୍ତରଖାନାକୁ ପଠାଯାଇଛି, ସେଥିମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ପ୍ରେମନଗର ପଞ୍ଚାୟତର ଟିକ୍ରାପାରର ୩୦ ଜଣ ଗ୍ରାମବାସୀ ଶିବପୁରରେ ହେଉଥିବା ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଏକ ପିକଅପ ଗାଡିରେ ଯାଉଥିଲେ। ତେବେ ଏହି ଗାଡିଟି ଦ୍ରୁତଗତିରେ ଯାଉଥିବାବେଳେ ନିୟନ୍ତ୍ରଣ ହରାଇ ରାସ୍ତା ମଝିରେ ଓଲଟି ପଡିଥିଲା ​​|

ଏହି ଦୁର୍ଘଟଣାରେ ଲୀଳାବତୀ (୫୦), ଦେୱାନ (୪୨), ମଣ୍ଟି (୩୫) ଏବଂ ଇନ୍ଦ୍ରାବତୀ (୩୭)ଙ୍କର ମୃତ୍ୟୁ ହୋଇଥିବାବେଳେ ଆହତଙ୍କ ମଧ୍ୟରୁ ତିନିଜଣଙ୍କୁ ଅମ୍ବିକାପୁରକୁ ରେଫର କରାଯାଇଛି | ଯେଉଁଥିରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।

ସମ୍ବନ୍ଧିତ ଖବର