ମଧ୍ୟପ୍ରଦେଶରେ ଭାଙ୍ଗୁଛି କଂଗ୍ରେସ! କମଲନାଥଙ୍କ ବୈଠକରେ ଅନୁପସ୍ଥିତ ରହିଲେ ବିଧାୟକ

ଭୋପାଳ: ମଧ୍ୟପ୍ରଦେଶରେ ଚାଲିଥିବା କ୍ଷମତା ଯୁଦ୍ଧରେ ସୋନିଆଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଥିଲେ ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ । ସିନ୍ଧିଆଙ୍କ ଇସ୍ତଫା ପରେ ତାଙ୍କ ସମର୍ଥକ ୨୨ ଜଣ ବିଧାୟକ ମଧ୍ୟ ଇସ୍ତଫା ଦେଇଛନ୍ତି । ଯାହାକୁ ନେଇ ଚିନ୍ତାରେ କଂଗ୍ରେସ ଥିବାବେଳେ ଆଜି ଉଭୟ ବିଜେପି ଓ କଂଗ୍ରେସର ବିଧାୟକ ଦଳ ବୈଠକ ବସିଥିଲା |

କଂଗ୍ରେସର ବିଧାୟକ ଦଳ ବୈଠକରେ କମଲନାଥ ସରକାରଙ୍କୁ ଆଉ ଏକ ଝଟକା ଲାଗିଛି | ଆଜି ସନ୍ଧ୍ୟାରେ ହୋଇଥିବା ବୈଠକରେ କଂଗ୍ରେସର ୮୮ ଜଣ ବିଧାୟକ ସାମିଲ ହୋଇଥିଲେ | ଏହି ବୈଠକରେ ୪ ଜଣ କଂଗ୍ରେସ ବିଧାୟକ ଅନୁପସ୍ଥିତ ରହିଥିଲେ | ବିଧାୟକ ଦଳ ବୈଠକରେ ସମୁଦାୟ ୯୨ ଜଣ ବିଧାୟକ ଉପସ୍ଥିତ ଥିଲେ |

ଏମାନଙ୍କ ମଧ୍ୟରୁ ୪ ଜଣ ସ୍ୱାଧୀନ ବିଧାୟକ ହୋଇଥିବାବେଳେ ୪ ଜଣ ବିଧାୟକ ଆସିନଥିଲେ | ମଧ୍ୟପ୍ରଦେଶରେ କଂଗ୍ରେସର ସମୁଦାୟ ୧୧୪ ଜଣ ବିଧାୟକ ଥିବାବେଳେ ୨୨ ଜଣ ବିଧାୟକ ଇସ୍ତଫା ଦେଇଦେଇଥିଲେ | ଆଉ ୪ ଜଣ ବିଧାୟକ ଅନୁପସ୍ଥିତ ତାହିଁବା ଘଟଣା ଦର୍ଶାଇଛି ଯେ ୨୬ ଜଣ ବିଧାୟକ କଂଗ୍ରେସକୁ ବାୟ ବାୟ କହିଛନ୍ତି |

ସମ୍ବନ୍ଧିତ ଖବର