ସୁପ୍ରିମକୋର୍ଟର ୪ଜଣ ବିଚାରପତିଙ୍କ ସହ ୧୫୦ରୁ ଅଧିକ କର୍ମଚାରୀ କରୋନା ସଂକ୍ରମିତ

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତ ହେଲେ ସୁପ୍ରିମକୋର୍ଟର ଚାରିଜଣ ବିଚାରପତି । ଏବେ ସୁପ୍ରିମକୋର୍ଟରେ କରୋନା ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି।୪ଜଣ ବିଚାରପତି କରୋନା ଆକ୍ରାନ୍ତ ହୋଇଥିବା ବେ‌ଳେ ୧୫୦ରୁ ଅଧିକ କର୍ମଚାରୀ କରୋନା ସଂକ୍ରମିତ ଏବଂ ସଙ୍ଗରୋଧରେ ଥିବା ଜଣାପଡ଼ିଛି।

ଏହାକୁ ମିଶାଇ ଏବେ କୋର୍ଟରେ ସକରାତ୍ମକତା ହାର ୧୨.୫ ପ୍ରତିଶତ ରହିଛି। କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଏବେ ସୁପ୍ରିମକୋର୍ଟରେ ପ୍ରବେଶ ଉପରେ କଟକଣା ଲଗାଯିବା ସହ କର୍ମଚାରୀଙ୍କ ସଂଖ୍ୟାକୁ କମ କରିଦିଆଯାଇଛି। ଏହା ସହ ଲକ୍ଷଣ ଦେଖାଉଥିବା କର୍ମଚାରୀଙ୍କୁ ତୁରନ୍ତ ପରୀକ୍ଷା କରାଇନେବାକୁ କୁହାଯାଇଛି।

ଦେଖିବାକୁ ଗଲେ ଦେଶରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଦେଶରେ ଆଜି ୧,୫୯,୬୩୨ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୩୨୭ମୃତ୍ୟୁ ରେକର୍ଡ କରାଯାଇଛି। ଗତକାଲି ଠାରୁ ଆଜିର ସଂକ୍ରମଣ ହାର ୨୧.୩% ଅଧିକ ରହିଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୫୫,୨୮,୦୦୪ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ହୋଇଥିବା ୩୨୭ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୪,୮୩,୭୯୦ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୪୦,୮୬୩ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୩,୪୪,୫୩,୬୦୩। ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୫,୯୦,୬୧୧। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏବେ ସ୍ଥିତିର ସମୀକ୍ଷା ପାଇଁ ବୈଠକ କରୁଛନ୍ତି ପ୍ରଧାନମନ୍ତ୍ରୀ।

ସମ୍ବନ୍ଧିତ ଖବର