ବାଲା‌କୋଟ୍‌ ଆକ୍ରମଣରେ ୪ ପାକ୍ ସୈନିକ ବି ନିହତ

ନୂଆଦିଲ୍ଲୀ : ଗତ ଫେବ୍ରୁଆରି ୨୬ରେ ପାକିସ୍ତାନର ବାଲାକୋଟରେ ଭାରତୀୟ ବାୟୁସେନା କରିଥିବା ବିମାନ ଆକ୍ରମଣରେ ପାକିସ୍ତାନ ସେନାର ୪ ଜଣ ସୈନିକ ନିହତ ହୋଇଥିବା ଖବର ସାମନାକୁ ଆସିଛି। ବାୟୁସେନା ବୋମାମାଡ଼ରେ ବାଲାକୋଟ୍‌ ସ୍ଥିତ ଆତଙ୍କବାଦୀ ଶିବିର ଛାରଖାର ‌ହୋଇ ଯାଇଥିଲେ ମଧ୍ୟ ପାକିସ୍ତାନ ଏହାକୁ ଖଣ୍ଡନ କରି ଆସିଛି। ଅପରପକ୍ଷେ, ଭାରତୀୟ ବାୟୁ‌ସେନା କେବଳ ଗଛ ଉପରେ ଆକ୍ରମଣ କରିଛି ବୋଲି ପାକିସ୍ତାନ ଦାବି କରି ଆସିଛି। ମାତ୍ର ଏଥିରେ ଆତଙ୍କବାଦୀଙ୍କ ଆଡ଼ାସ୍ଥଳ ଧ୍ବଂସ ପାଇବା ସହ ୪ ଜଣ ପାକ୍ ସୈନିକ ମଧ୍ୟ ନିହତ ହୋଇଛନ୍ତି। ଇଣ୍ଡିଆ ଟୁଡେ ଟିଭିର ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ ବାଲାକୋଟ୍‌ର କିଛି ସ୍ଥାନୀୟ ବ୍ୟକ୍ତି ଏବଂ ପାକ୍ ଅଧିକୃତ କଶ୍ମୀର ପୁଲିସ ସୁତ୍ରରୁ ଏହା ଜାଣିବାକୁ ପାଇଛନ୍ତି।

ସମ୍ବନ୍ଧିତ ଖବର