ଶୋଇଥିବାବେଳେ କାନ୍ଥ ଭୁଶୁଡି ୫ ଜଣଙ୍କର ମୃତ୍ୟୁ

ରାୟପୁର: ଶୋଇଥିବାବେଳେ ଭୁଶୁଡିପଡିଲା କାନ୍ଥ | ଆଉ ଏଥିଯୋଗୁଁ ବାପା, ମାଙ୍କ ସମେତ ତିନି ପିଲାଙ୍କର ମୃତ୍ୟୁ ଘଟିଛି | ଛତିଶଗଡର କାଙ୍କେରରେ ଏହି ଦୁର୍ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଗତ ଦୁଇ ଦିନ ଧରି କାଙ୍କେର ଜିଲ୍ଲାରେ ଲଗାତାର ବର୍ଷା ହୋଇଛି। ଆଉ ରବିବାର ବିଳମ୍ବିତ ରାତିରେ ଘରର କାନ୍ଥ ଭୁଶୁଡି ପଡିଥିଲା । କୁହାଯାଉଛି ଯେ କାଙ୍କେର ଜିଲ୍ଲାର ପାଖନଜୋର ଅଞ୍ଚଳର ଇରପାନାର ଗ୍ରାମରେ ଏହି ଅଘଟଣ ଘଟିଛି | ଏନେଇ ସୂଚନା ମିଳିବା ପରେ ପ୍ରଶାସନିକ ଅଧିକାରୀଙ୍କ ସହ ପୁଲିସ ଟିମ ଡଙ୍ଗା ସାହାଯ୍ୟରେ ଗାଁରେ ପହଞ୍ଚିଛନ୍ତି ।

ବାସ୍ତବରେ, ଏହି ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ସବୁ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଦେଇଛି | ଯେଉଁଥିପାଇଁ ରାସ୍ତାରେ ପାଣି ଚାଲିଥିବାରୁ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା | ଆଉ ପ୍ରଶାସନିକ ଅଧିକାରୀମାନେ ଏକ ଡଙ୍ଗା ସାହାଯ୍ୟରେ ଗାଁରେ ପହଞ୍ଚିଛନ୍ତି | କୁହାଯାଉଛି ଯେ ଅତ୍ୟଧିକ ବର୍ଷା ହେତୁ ଗାଁକୁ ସଂଯୋଗ କରୁଥିବା ରାସ୍ତା ଧୋଇଯାଇଥିବାବେଳେ ଏହା ଏକ ମାଓ ଉପଦ୍ରୁତ ଅଞ୍ଚଳ ହୋଇଥିବାରୁ ପ୍ରଶାସନିକ ଅଧିକାରୀମାନେ ପୁଲିସ ସହାୟତାରେ ଗାଁରେ ପହଞ୍ଚିଥିଲେ | ତେବେ ମୃତକଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ |

ସମ୍ବନ୍ଧିତ ଖବର