ଆମେରିକ‌ାରେ ୫୦ ମୃତ, ଆସନ୍ତା ୮ ସପ୍ତାହ ସଙ୍କଟଜନକ: ଟ୍ରମ୍ପ୍‌

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ କରୋନା ଭାଇରସ୍‌ ପାଇଁ ଗତକାଲି ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରିଥିଲେ। ରୋଜ୍‌ ଗାର୍ଡେନ୍‌ରେ ଏକ ସାମ୍ବାଦିକ ସମ୍ମିଳନୀ କରି ସମସ୍ତ ରାଜ୍ୟ ଏମର୍ଜେନ୍ସି ଅପରେସନ୍‌ ସେଣ୍ଟର ଖୋଲିବାପାଇଁ ଟ୍ରମ୍ପ୍‌ କହିଥିଲେ। ଆମେରିକାରେ କରୋନା ମୃତ୍ୟୁସଂଖ୍ୟା ୫୦ରେ ପହଞ୍ଚିଛି ଏବଂ ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୩୨୯ରେ ପହଞ୍ଚିଛି। କେବଳ ନ୍ୟୁୟର୍କରେ ରାତିକ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ପ୍ରତିଶତ ବୃଦ୍ଧି ପାଇଛି। ନ୍ୟୁୟର୍କରେ ଗତକାଲି ୪୨୧ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଆସନ୍ତା ୮ ସପ୍ତାହ ଅତ୍ୟନ୍ତ ସଙ୍କଟଜନକ ବୋଲି କହିଛନ୍ତି। କରୋନା ଏବେ ଆମେରିକାର ୪୯ଟି ରାଜ୍ୟରେ ପହଞ୍ଚିସାରିଛି ଏବଂ ନ୍ୟୁୟର୍କ ଓ ୱାସିଂଟନ୍‌ ସବୁଠୁ ଅଧିକ ପ୍ରଭାବିତ ହୋଇଛି।

ସମ୍ବନ୍ଧିତ ଖବର