୬ଟି ଆଟାକ ବୁଡାଜାହଜ କ୍ରୟକୁ ପ୍ରତିରକ୍ଷା ମନ୍ତ୍ରାଳୟର ମଂଜୁରୀ, ୟୁପିଏ ସରକାରଙ୍କ ଅମଳରୁ ଅଟକି ରହିଥିଲା

ନୂଆଦିଲ୍ଲୀ- ଭାରତୀୟ ସେନାବାହିନୀ ପ୍ରତି କଂଗ୍ରେସର ଅବହେଳାର ଆଉ ଏକ ପ୍ରମାଣ ସାମନାକୁ ଆସିଛି। ଭାରତୀୟ ଜଳସୀମାକୁ ନିରାପଦ ରଖିବାକୁ ୨୦୦୭ରେ ପ୍ରତିରକ୍ଷା ମନ୍ତ୍ରାଳୟ ପ୍ରୋଜେକ୍ଟ-୭୫ ଇଣ୍ଡିଆ ନାମକ ଏକ ଗୋପନ ପ୍ରକଳ୍ପ ମଂଜୁର କରିଥିଲା। ଏହି ପ୍ରକଳ୍ପ ମାଧ୍ୟମରେ ସରକାର ୬ଟି ଆଟାକ ସବମେରିନ ( ଲଢୁଆ ବୁଡାଜାହଜ) ଖରିଦ କରାଯିବାର ଯୋଜନା କର୍ୟାାଇଥିଲା । କିନ୍ତୁ କୌଣସି ଏକ ଅଜ୍ଞାତ କାରଣରୁ କଂଗ୍ରେସ ସରକାର ଏହାକୁ ସ୍ଥଗିତ ରଖିଦେଇଥିଲେ। କିନ୍ତୁ ଏବେ ପ୍ରାୟ ୧୨ ବର୍ଷ ପରେ ଏନଡିଏ ସରକାର ପୁଣି ଏହି ପ୍ରକଳ୍ପକୁ ଜୀବନ୍ୟାସ ଦେଇଛନ୍ତି।

nationalinterest.org

ଗତ ଜାନୁୟାରୀ ୩୧ରେ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ୬ଟି ଡିଜେଲ ଚାଳିତ ଆଟାକ ସବମେରିନ ଖରିଦ ପାଇଁ ମଂଜୁରୀ ଦେଇଛନ୍ତି। ଗତ ବର୍ଷ ସରକାର ୧୧୧ଚି ଲାଇଟ ନାଭାଲ ୟୁଟିଲିଟି ହେଲିକପ୍ଟର ଓ ୨୪ଟି ନାଭାଲ ମଲଟିରୋଲ ହେଲିକପ୍ଟଚର ଖରିଦ ପାଇଁ ମଂଜୁରୀ ଦେଇଥିଲେ। ସୂଚନାଯୋଗ୍ୟ ୨୦୧୨ରେ ଭାରତୀୟ ବାୟୁସେନାର ଜରୁରୀ ଆବଶ୍ୟକତା ଥିବା ସତ୍ୱେ ବି ୟୁପିଏ ସରକାର ରାଫେଲ ବିମାନ କିଣାକୁ ସ୍ଥଗିତ ରଖିଥିଲେ।

ସମ୍ବନ୍ଧିତ ଖବର